କୋରାପୁଟରେ ବର୍ଷାର ତାଣ୍ଡବ, ଭୁଶୁଡ଼ିଲା ସ୍କୁଲ ଶ୍ରେଣୀ ଗୃହ ଛାତ

କୋରାପୁଟରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷାରେ ଭୁଶୁଡ଼ିଲା ଦଶମନ୍ତପୁର ବ୍ଲକ ଗିରଲୀଗୁମା ପଞ୍ଚାୟତର ରତାବନ୍ଧ ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଛାତ। ଏହା ସହ ପାଚେରୀ ମଧ୍ୟ ଭାଙ୍ଗି ପଡ଼ିଛି। ଶ୍ରେଣୀଗୃହ ଗୁଡ଼ିକ ୨୦୦୫ମସିହାରେ ନିର୍ମାଣ କରାଯାଇଥିଲା। ସେପଟେ ହଷ୍ଟେଲ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଅନ୍ତେବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସ୍ଥାନୀୟ ବିଡିଓ, ଡବ୍‌ଲୁଓ, ଡିଡବ୍‌ଲୁଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଲଗାଣ ବର୍ଷାରେ ହଷ୍ଟେଲ ଗୃହ ପ୍ରତି ମଧ୍ୟ ବିପଦ ଦେଖାଯାଇଛି।