ପାଟନା ମେଟ୍ରୋର ସବୁଠାରୁ ଭଲ ଲୋଗୋ ବନାଇଥିବା ଲୋକକୁ ମିଳିବ ୫୦ ହଜାରର ବମ୍ପର ପୁରସ୍କାର, ପ୍ରତିଯୋଗିତା ଆୟୋଜନ, ଜାଣନ୍ତୁ କ’ଣ ରହିଛି ନିୟମ

ପାଟନା ମେଟ୍ରୋର ନୂଆ ଲୋଗୋ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ସାଧାରଣ ଜନତାଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ପ୍ରକୃତ କଥା ହେଉଛି, ପାଟନା ମେଟ୍ରୋର ନୂଆ ଲୋଗୋକୁ ପ୍ରସ୍ତୁତ କରିବା ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ପାଟନା ମେଟ୍ରୋ ରେଳ କର୍ପୋରେଶନ ସବୁଠାରୁ ବଢ଼ିଆ ଲୋଗା ବନାଇଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିବ।

ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ନିଜ ନିଜର ଲୋଗୋ ଡିଜାଇନ କରି ଏହାକୁ JPEG କିମ୍ବା PDF ଫର୍ମାଟରେ ପାଟନା ରେଳ କର୍ପୋରେଶନକୁ ଇ-ମେଲ ଆଇଡି [email protected]ରେ ପଠାଇବାକୁ ପଡ଼ିବ। ଆସନ୍ତା ୨୭ ଜୁଲାଇ ସୁଦ୍ଧା ନୂଆ ଲୋଗୋର ଡିମାଣ୍ଡ କରାଯାଇଛି। ପାଟନା ମେଟ୍ରୋ ଦ୍ୱାରା ଯେଉଁ ଲୋଗୋକୁ ଚୟନ କରାଯିବ, ତାହାର ଡିଜାଇନ କରିଥିବା ଲୋକକୁ ୫୦ ହଜାର ଟଙ୍କାର ବମ୍ପର ପୁରସ୍କାର ଦିଆଯିବ।

ପାଟନା ମେଟ୍ରୋ କର୍ପୋରେଶନ ଘୋଷଣା କରିଛି ଯେ ସବୁଠାରୁ ଭଲ ଲୋଗୋ ପ୍ରସ୍ତୁତ କରିଥିବା ଲୋକକୁ ପ୍ରଥମ ପୁରସ୍କାର ରୂପେ ୫୦ ହଜାର ଟଙ୍କା, ଦ୍ୱିତୀୟରେ ରହିଥିବା ଲୋକକୁ ୨୫ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ଲୋକକୁ ୧୧ ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ।

ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କି, ନୂଆ ଲୋଗୋରେ କୌଣସି ବି ପ୍ରକାର ଆପତ୍ତିଜନକ ଜିନିଷ ରହିବା ଉଚିତ ନୁହେଁ। ଜଣେ ପ୍ରତିଯୋଗୀ କେବଳ ଗୋଟିଏ ଥର ହିଁ ଲୋଗୋ ପଠାଇ ପାରିବ। ଯେଉଁ ବ୍ୟକ୍ତି ଲୋଗୋ ପଠାଇଥିବ, ତାକୁ ହିଁ ମେଲ୍‌ ପଠାଇବାକୁ ହେବ। ଏଥି ସହିତ କୌଣସି ବି ପ୍ରକାର କପି ପେଷ୍ଟ ହେବ ନାହିଁ ଏବଂ ଲୋଗୋର ଆକାର 4×4 ରହିବା ଜରୁରୀ।

Leave A Reply

Your email address will not be published.