ନାସାର ଡାର୍ଟ ମିଶନ୍‌ ଉଦ୍ଦେଶ୍ୟ ସଫଳ, ମହାକାଶରେ ଗ୍ରହାଣୁକୁ ସ୍ପେସ୍‌କ୍ରାଫ୍‌ଟ ଧକ୍କା ଦେବା ପରେ ବଦଳିଗଲା ଡିମୋରଫୋସର କକ୍ଷପଥ

ନୂଆଦିଲ୍ଲୀ: ନାସାକୁ ବଡ ସଫଳତା । ପୃଥିବୀକୁ ବଞ୍ଚାଇବା ପାଇଁ ନାସାର ଡାର୍ଟ ମିଶନ୍‌ ଉଦ୍ଦେଶ୍ୟ ସଫଳ ହୋଇଛି । ମହାକାଶରେ ଗ୍ରହାଣୁକୁ ସ୍ପେସ୍‌କ୍ରାଫ୍‌ଟ ଧକ୍କା ଦେବା ପରେ ବଦଳିଗଲା ଡିମୋରଫୋସର କକ୍ଷପଥ । ଅଲଗା ଦିଗରେ ଗତି କରୁଛି ଆଷ୍ଟ୍ରଏଡ୍‌ । ଗତମାସରେ ଆଷ୍ଟରଏଡ୍‌ ସହ ପିଟି ହୋଇଥିଲା ନାସାର ସ୍ପେସକ୍ରାଫ୍ଟ । ଏହାପରେ ଆଷ୍ଟରଏଡ୍‌କୁ ତାର ପ୍ରାକୃତିକ କକ୍ଷପଥରୁ ଠେଲି ବାହାର କରିବାରେ ସଫଳ ହୋଇଛି । ଏନେଇ ବିଧିବଦ୍ଧ ଭାବରେ ନାସା ପକ୍ଷରୁ ଘୋଷଣା କରାଯାଇଛି । କୌଣସି ମହାଜାଗତିକ ବସ୍ତୁର ଗତି ଓଲଟାଇବାରେ ଏହା ପ୍ରଥମ ମାନବୀୟ ସଫଳତା ବୋଲି କହିଛି ନାସା ।

ଗତ ୨୭ ତାରିଖରେ ନାସାର ମହାକାଶ ଯାନ ଡିମୋରଫସ୍‌ ନାମକ ଛୋଟ ଗ୍ରହାଣୁକୁ ଧକ୍କା ଦେଇଥିଲା । ଯାହାର ଆୟତ୍ତନ ଏକ ଫୁଟବଲ୍‌ ଷ୍ଟାଡିୟମର ଆୟତ୍ତନ ସହ ସମାନ । ଭାରତ ମହାସାଗରର ୧୧ କିଲୋମିଟର ଉପରେ ସେକେଣ୍ଡକୁ ସାତ କିଲୋମିଟର ବେଗରେ ଯାଇ ଡିମୋରଫୋସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ସ୍ପେସକ୍ରାଫ୍ଟ । ପ୍ରାୟ ୨ ସପ୍ତାହ ଅନୁଧ୍ୟାନ କରିବା ପରେ ସ୍ପେସକ୍ରାପ୍ଟ ଆଷ୍ଟ୍ରଏଡର କକ୍ଷପଥକୁ ବଦଳାଇବାରେ ସଫଳ ହୋଇଛି । ପୃଥିବୀକୁ ବିଧ୍ୱଂସକାରୀ ଗ୍ରହାଣଉ, ଉଲକା ପ୍ରଭାବରୁ ରକ୍ଷା ଦେବା ପାଇଁ ନାସାର ଡାର୍ଟ ମିଶନକୁ ଆଉ ଏକ ବଡ଼ ସଫଳତା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.