ଦୁନିଆର ସବୁଠାରୁ ବିଚିତ୍ର ଶିଶୁ, ପିଆଜ ଭଳି ସାଇଜ୍‌, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ ପ୍ରତ୍ୟେକ ଦିନ ଅନେକ ଶିଶୁ ଜନ୍ମ ନିଅନ୍ତି। କିନ୍ତୁ କେବେ କେବେ ଏମିତି ଅଦ୍ଭୁତ ଶିଶୁ ଜନ୍ମ ହୋଇଥାଆନ୍ତି ଯେ ଯାହାକୁ ଦେଖି ଲୋକେ ଆଶ୍ଚଯ୍ୟର୍ ହୋଇଯାଆନ୍ତି। ଏମିତି ହିଁ ଏକ ଶିଶୁ ଜାପାନ ହସ୍ପିଟାଲରେ ଜନ୍ମ ନେଇଛି। ଶିଶୁଟିର ସାଇଜ୍‌ ଏକ ପିଆଜ ଭଳି ଦେଖାଯାଉଛି। ଯଦି କୌଣସି ବ୍ୟକ୍ତି ଶିଶୁଟିକୁ ହାତରେ ଉଠାଇବାକୁ ଚାହିଁବେ, ତା’ହେଲେ ସେ ଆରାମରେ ହାତ ପାପୁଲିରେ ଜାଗା ହୋଇଯିବ।

chu5

ରିପୋର୍ଟ ମୁତାବକ, ଟୋକିଓର କିୟୋ ୟୁନିଭର୍ସିଟି ହସ୍ପିଟାଲରେ ଜନ୍ମ ନେଇଥିବା ଏହି ଶିଶୁର ଓଜନ ଜନ୍ମ ସମୟରେ ପାଖାପାଖି ୨୬୮ ଗ୍ରାମ ଥିଲା। ଶିଶୁଟି ପ୍ରିମାଚ୍ୟୁଓର ବେବି ରୂପରେ ମାତ୍ର ୨୪ ସପ୍ତାହରେ ଜନ୍ମ ହୋଇଛି। ପ୍ରକୃତ କଥା ହେଲା, ଗର୍ଭାବସ୍ଥା ସମୟରେ ଶିଶୁଟିର ବିକାଶ ହେବା ବନ୍ଦ ହୋଇଯାଇଥିଲା। ଡାକ୍ତରଙ୍କ କହିବା ମୁତାବକ, ବିକାଶ ନ ହେବା କାରଣରୁ ତା’ର ଜୀବନ ବିପଦ ମୁହଁରେ ରହିଥିଲା। ଏହାକୁ ନଜରରେ ରଖି ସମୟ ପୂର୍ବରୁ ହିଁ ଅପରେଶନ ଦ୍ୱାରା ଶିଶୁଟିକୁ ମା’ ପେଟରୁ ବାହାର କରାଯାଇଥିଲା।

child2

ଜାପାନର ଏକ ଗଣମାଧ୍ୟମ ମୁତାବକ, ଡାକ୍ତରମାନେ ଶିଶୁର ନିଃଶ୍ୱାସ, ପ୍ରଶ୍ୱାସ ଏବଂ ନ୍ୟୁଟ୍ରିଶନ ଉପରେ ବିଶେଷ ଧ୍ୟାନ ଦେଇ ଶିଶୁଟିକୁ ୫ ମାସ ଯାଏ ହସ୍ପିଟାଲର ଇଣ୍ଟେସିଭ୍‌ କେୟାର ନର୍ସରୀରେ ରଖି ଚିକିତ୍ସା କରିଥିଲେ। ଚିକିତ୍ସା ପରେ ଶିଶୁଟିର ଓଜନ ବଢ଼ି ୩.୩୨ କିଲୋଗ୍ରାମ ହୋଇଯାଇଥିଲା। ଏହାପରେ ଶିଶକୁ ଡିସ୍‌ଚାର୍ଜ କରିଦିଆଯାଇଛି। ସବୁଠାରୁ ଭଲ କଥା ହେଉଛି, ଶିଶୁଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି।

Leave A Reply

Your email address will not be published.