Below header

ଖାସ୍ ଅନ୍ଦାଜରେ ନୂଆବର୍ଷର ଶୁଭକାମନା ଦେଲେ ସଚିନ୍, ସେୟାର କଲେ ଏହି ଭିଡିଓ

ଖାସ୍ ଅନ୍ଦାଜରେ ନୂଆବର୍ଷର ଶୁଭକାମନା ଦେଲେ କ୍ରୀକେଟ ଜଗତର ଭଗବାନ କୁହାଯାଉଥିବା ମାଷ୍ଟରବ୍ଳାଷ୍ଟର ସଚିନ୍ ତେନ୍ଦୁଲକର । ସୋସିଆଲ ମିଡିଆରେ ସେ ଏକ ଭଡିଓ ସେୟାର କରିଛନ୍ତି । ଯାହାକୁ ଦେଖିଲେ ଯେକେହିବି ଭାବୁକ ହୋଇପଡିବ । ଭିଡିଓ ଜରିଆରେ ସେ ଏହା କହିବାକୁ ଚେଷ୍ଟା କରିଛନ୍ତି କି, ନୂଆବର୍ଷ ଆରମ୍ଭ ଏହି ପ୍ରେରଣାଦାୟକ ଭିଡିଓରୁ ଦେଖି ଆରମ୍ଭ କରାଯାଉ।

ଦେଖନ୍ତୁ ଭିଡିଓ:

ସେ ସେୟାର କରିଥିବା ଭିଡିଓରେ କିଛି ସ୍କୁଲ ପିଲା ଖରାରେ କ୍ରୀକେଟ ଖେଳୁ ଥିବାର ନଜର ଆସୁଛନ୍ତି । ସେମାନଙ୍କ ମଧ୍ଯରେ ଜଣେ ଦିବ୍ଯାଙ୍ଗ ଛୁଆଟି ବ୍ଯାଟିଙ୍ଗ କରୁଥିବାର ଦେଖିବାକୁ ମିଳୁଛି । ଯିଏକି ନିଜ ଗୋଡରେ ଛିଡାହୋଇନପାରିଲେ ମଧ୍ଯ ନିଜ ଆଷ୍ଠୁ ସାହାର୍ଯ୍ଯ ତଳେ ଘୋଷାଡି ହୋଇ ବ୍ଯାଟିଂ କରିବାପରେ ରନ୍ ନେବା ପାଇଁ ଦୌଡିବାକୁ ଲାଗୁଛି । ଯେଉଁ ଭିଡଓଟିକୁ ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଥିବା ସହ ବହୁ ଲୋକ ଏହାକୁ ସେୟାର ମଧ୍ଯ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.