‘ସଂସାରକୁ ସତ୍ୟଯୁଗର ପ୍ରକାଶ ଦେବାକୁ ଥିବା ଆତ୍ମାର ଜନ୍ମ ଭାରତବର୍ଷରେ ହୋଇସାରିଛି’, କ’ଣ ଏହା ସତ୍ୟ!

ଦେଶ ଦୁନିଆର ଭବିଷ୍ୟତକୁ ନେଇ ଶହ ଶହ ବର୍ଷ ପୂର୍ବରୁ ବହୁ ମୁନି ଋଷି ତଥା ସାଧୁସନ୍ଥ ଅନେକ ଭବିଷ୍ୟବାଣୀ କରିଛନ୍ତି। ପ୍ରାଚୀନ ପୁସ୍ତିକାରେ ସେସବୁ ବିଷୟରେ ବର୍ଣ୍ଣିତ ଅଛି। କେବଳ ପୁରାତନ ଯୁଗରେ ନୁହେଁ କେତେକ ଆଧୁନିକ ପ୍ରବକ୍ତା ମଧ୍ୟ ଦେଶର ଭବିଷ୍ୟତ କ’ଣ ହେବ ସେ ନେଇ ନିଜ ମତ ରଖିଛନ୍ତି। କାଳକ୍ରମେ ସେଗୁଡ଼ିକ ସତ ହେଉଥିବାରୁ ଧୀରେ ଧୀରେ ଭବିଷ୍ୟବାଣୀ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ୁଛି। ତେବେ ଆସନ୍ତୁ ଜାଣିବା କେତେକ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଭବିଷ୍ୟବାଣୀ ସମ୍ପର୍କରେ…

ସ୍ୱାମୀ ବିବେକାନନ୍ଦ:

ଭାରତର ପୁନରୁତ୍ଥାନ ହେବ, ଶାରୀରିକ ଶକ୍ତି ବଳରେ ନୁହେଁ ଆତ୍ମା ଶକ୍ତି ଦ୍ୱାରା ଏହା ସମ୍ଭବ ହେବ। ଉତ୍ଥାନ ବିନାଶର ଧ୍ୱଜା ନେଇ ନୁହେଁ ବରଂ ଶାନ୍ତି ଓ ପ୍ରେମର ଧ୍ୱଜା ଦ୍ୱାରା, ସନ୍ୟାସୀ ବେଶରେ, ଧନ ବଳରେ ନୁହେଁ ବରଂ ଭିକ୍ଷା ପାତ୍ରର ଶକ୍ତିରେ ସମ୍ପାଦିତ ହେବ।

ସ୍ୱାମୀ ଶିବାନନ୍ଦ:

ଆଜି ବିଶ୍ୱରେ ଯାହା ବି ଘଟୁଛି ତାହା ଶାସ୍ତ୍ରାନୁସାରେ ପୂର୍ବରୁ ନିଶ୍ଚିତ ହୋଇଛି। ଭବିଷ୍ୟ ପୁରାଣରେ ଭଗବାନ ବେଦବ୍ୟାସ ଭବିଷ୍ୟବାଣୀ କରିଥିଲେ ଯେ ୪,୯୦୦ ଶତାବ୍ଦୀ କଳିଯୁଗ ବେଳେ ଭାରତରେ ବୌଦ୍ଧ ରାଜ୍ୟ ହେବ। ସେତେବେଳେ ଆଦ୍ୟ ଶଙ୍କରାଚାର୍ଯ୍ୟଙ୍କ ନୀତି ସହ ବୈଦିକ ଧର୍ମର ପ୍ରଚାର ପ୍ରସାର ହେବ ଓ ମନୁସ୍ମୃତି ଆଧାରରେ ରାଜା ଶାସନ କରିବେ। ପୁଣିଥରେ ୩୦୦ ବର୍ଷ ପର୍ଯ୍ୟନ୍ତ ଇସାଇଙ୍କ ରାଜ୍‌ ଚାଲିବ। ପରେ ମୌନଙ୍କ ଶାସନ ଚାଳିବ। ଏହା ୧୧ ଟୋପି(ରାଷ୍ଟ୍ରପତି) ପର୍ଯ୍ୟନ୍ତ ଚାଲୁ ରହିବ।

ସନ୍ଥ ବାବା ଜୟ ଗୁରୁଦେବ:

ଜୟ ଗୁରୁଦେବ ଭାରତ ସମ୍ବନ୍ଧୀୟ ଅନେକ ଗୁଡ଼ିଏ ଭବିଷ୍ୟତବାଣୀ କରିଛନ୍ତି। ସେ ଭାରତରେ ଏକ ଏଭଳି ଶାସକଙ୍କ ଜନ୍ମ ବିଷୟରେ କହିଛନ୍ତି ଯିଏ ଦେଶରୁ ସମସ୍ତ ଅନୀତିକୁ ହଟାଇଦେବେ। ସେ କହିଥିଲେ ଭାରତରେ ଜଣେ ମହାନ୍‌ ଆତ୍ମା ଜନ୍ମ ନେଇ ସାରିଛନ୍ତି। ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶାକହାରୀ ଓ ସଦାଚାରୀ ହେବେ।

ସନ୍ଥ ଧ୍ୟାନ ଯୋଗୀ:

ପଶ୍ଚିମବଙ୍ଗର ସୁପ୍ରସିଦ୍ଧ ଭବିଷ୍ୟବକ୍ତା ତଥା ସନ୍ଥ ଧ୍ୟାନ ଯୋଗୀଙ୍କ କଥାନୁସାରେ ସଂସାରକୁ ସତ୍ୟଯୁଗର ପ୍ରକାଶ ଦେବାକୁ ଥିବା ଆତ୍ମାର ଜନ୍ମ ଭାରତବର୍ଷରେ ହୋଇସାରିଛି।

କୀର୍ତ୍ତିଧରଣ ସିଙ୍ଗାପୁର:

ଈଶ୍ୱରଙ୍କ ଜନ୍ମ ଭାରତରେ ହୋଇସାରିଛି। ତାଙ୍କୁ ହିଁ ଆମ ଗ୍ରନ୍ଥରେ ଈଶ୍ୱରଙ୍କ ଅବତାର ବା କଳ୍‌କୀ ଅବତାର କୁହାଯାଇଛି।

ଡ.ନାରାୟଣ ଦତ୍ତ ଶ୍ରୀମାଳୀ:

ରାଜସ୍ଥାନର ଜ୍ୟୋତିଷଚାର୍ଯ୍ୟ ଡା.ନାରାୟଣ ଦତ୍ତ ଶ୍ରୀମାଳୀ କହିଛନ୍ତି ଭାରତରେ ଈଶ୍ୱରଙ୍କ ଜନ୍ମ ହୋଇସାରିଛି। ଖୁବ୍‌ଶୀଘ୍ର ସେ ସମାଜ ସାମ୍ନାରେ ପ୍ରକଟ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.