Below header

ଆସନ୍ତାକାଲି ଆକାଶକୁ ଆଲୋକିତ କରିବ ସୁପର ବ୍ଲୁ ମୁନ, ରଙ୍ଗରେ ଓ ଆକାର ଦେଖାଯିବ ସାମାନ୍ୟ ଭିନ୍ନ

ଅଗଷ୍ଟ ୩୦ରେ ଆକାଶରେ ବଡ଼ ଓ ଉଜ୍ଜ୍ବଳ ଦିଶିବ ଚନ୍ଦ୍ର । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା କାରଣରୁ ବ୍ଲୁ ମୁନ ଦେଖାଯିବ । ପ୍ରଥମ ପୂର୍ଣ୍ଣିମା ଅଗଷ୍ଟ ୧ରେ ଥିବାବେଳେ ଓ ଦ୍ବିତୀୟ ପୂର୍ଣ୍ଣିମା ଅଗଷ୍ଟ ୩୦ରେ ପଡିବ । ଆସନ୍ତା କାଲି ଚନ୍ଦ୍ରର ଆକାର ପ୍ରତିଦିନ ତୁଳନାରେ ୧୪ ପ୍ରତିଶତ ବଡ଼ ହେବ।

(କେନ୍ୟୁଜ): ଆସନ୍ତାକାଲି ଆକାଶକୁ ଆଲୋକିତ କରିବ ସୁପର ବ୍ଲୁ ମୁନ । ଅଗଷ୍ଟ ୩୦ରେ ଆକାଶରେ ବଡ଼ ଓ ଉଜ୍ଜ୍ବଳ ଦିଶିବ ଚନ୍ଦ୍ର । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା କାରଣରୁ ବ୍ଲୁ ମୁନ ଦେଖାଯିବ । ପ୍ରଥମ ପୂର୍ଣ୍ଣିମା ଅଗଷ୍ଟ ୧ରେ ଥିବାବେଳେ ଓ ଦ୍ବିତୀୟ ପୂର୍ଣ୍ଣିମା ଅଗଷ୍ଟ ୩୦ରେ ପଡିବ । ଆସନ୍ତା କାଲି ଚନ୍ଦ୍ରର ଆକାର ପ୍ରତିଦିନ ତୁଳନାରେ ୧୪ ପ୍ରତିଶତ ବଡ଼ ହେବ। ଏହାକୁ ଖାଲି ଆଖିରେ ଦେଖିହେବ।

ଏପରି ଘଟଣା ପ୍ରତି ୨ ଓ ୩ ବର୍ଷକୁ ଥରେ ଘଟିଥାଏ । ଅନ୍ତରୀକ୍ଷରେ କିଛି ମହାଜାଗତିକ ଘଟଣା ପାଇଁ ବ୍ଲୁ ମୁନ ଆକାଶରେ ନଜର ଆସେ । ଯେତେବେଳେ ଗୋଟିଏ ମାସରେ ଦୁଇଟି ଫୁଲ ମୁନ୍ ଦେଖାଦିଏ , ସେତେବେଳେ ଦ୍ବିତୀୟ ଫୁଲମୁନ୍ କୁ ବ୍ଲୁ ମୁନ କୁହାଯାଏ । ଏହା ଆକାରରେ ବଡ଼ ସହ ଏହାର ରଙ୍ଗ ମଧ୍ୟ ସାମାନ୍ୟ ଭିନ୍ନ । ଯଦି ଗୋଟିଏ ବର୍ଷରେ ଦୁଇ କିମ୍ବା ୨ରୁ ଅଧିକ ପୂର୍ଣ୍ଣିମା ପଡେ ସେହି ବର୍ଷକୁ ମୁନ୍ ଇୟର କୁହାଯାଏ । ଏପରି ଘଟଣା ୨୦୧୮ରେ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.