ବିଗ୍‌ବସ୍‌ ୧୭ କୁ ନେଇ ଚର୍ଚ୍ଚା ଆରମ୍ଭ, ସାମ୍ନାକୁ ଆସିଛି ୧୨ ଜଣ ପ୍ରତିଯୋଗୀଙ୍କ ନାମ

ବିଗ୍‌ବସ୍‌ ଓଟିଟି ୨ ପରେ ଏବେ ବିଗ୍‌ବସ୍‌ ୧୭ ଆସିବାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ବିଗ୍‌ ବସ୍‌ ୧୭ରୁ ପ୍ରତିଯୋଗୀଙ୍କ ଲିଷ୍ଟ ସାମ୍ନାକୁ ଆସିଛି ।

ସଲମାନ ଖାନ୍‌ ହୋଷ୍ଟ କରୁଥିବା ରିଆଲିଟି ସୋ ବିଗ୍‌ବସ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ଏବେ ‘ବିଗ୍‌ବସ୍‌ ଓଟିଟି ସିଜିନ୍‌ ୨’ ଶେଷ ହୋଇଛି । ହେଲେ ଦର୍ଶକ ଏବେ ବିଗ୍‌ବସ୍‌ ୧୭ କେବେ ଆରମ୍ଭ ହେବ, ଏହା ସହ କେଉଁ ପ୍ରତିଯୋଗୀ ଭାଗ ନେବେ ତାହା ଜାଣିବା ନେଇ ବହୁତ ଉତ୍ସାହିତ ରହିଛନ୍ତି । ତେବେ ବିଗ୍‌ବସ୍‌ ର ମେକର୍ସ ଏହି ସୋ ପାଇଁ ପ୍ରାୟ ଏକ ମାସ ହେବ ଅନେକ ସେଲିବ୍ରିଟିଙ୍କ ନିକଟକୁ ଯାଉଛନ୍ତି । ତେବେ ବିଗ୍‌ବସ୍‌ ର ଏହି ସିଜିନରେ କେଉଁ ସେଲିବ୍ରିଟି ଦେଖିବା ପାଇଁ ମିଳିବେ ତାହା ଦେଖିବାରେ ଅଛି ।

ଯଦିଓ ଏହି ସୋ ରେ ଫ୍ୟାନ୍ସ ଏଲଭିଶ ଯାଦବ, ଅଭିଶେକ ମଲହାନ ଓ ପୁଣେ ସୁପରଷ୍ଟାର ଭଳି ୟୁଟ୍ୟବର୍‌ଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି । ମେକର୍ସଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ବଲିଉଡ ଏବଂ ଟିଭି ସିରିଅଲର  ଅଭିନେତା । ସେଥିପାଇଁ ଦେଖିବାର ଅଛି ଏବେ ଏହି ସୋ ରେ କେଉଁ କେଉଁ ଅଭିନେତା ସାମିଲ ହେବେ ।

bigg boss

ସୂଚନା ମୁତାବକ, ବିଗ୍‌ ବସ୍‌ ୧୭ରୁ ପ୍ରତିଯୋଗୀଙ୍କ ଲିଷ୍ଟ ସାମ୍ନାକୁ ଆସିଛି । ତେବେ ୧୨ ଜଣ ପ୍ରତିଯୋଗୀ ମଧ୍ୟରୁ ୩ ଜଣ ୟୁଟ୍ୟବର୍‌ ଇଶା ମାଲଭିୟା, ସୌରଭ ଯୋଶୀ ଏବଂ ଅନୁରାଗ ଡୋଭାଲ ଏହି ସିଜିନରେ ନଜର ଆସିପାରନ୍ତି । ତେବେ ଏହି ରିଆଲିଟ୍‌ ସୋ ରେ ଟିଭି ଦୁନିଆର ଜଣାଶୁଣା କଳାକାର ନଜର ଆସିବେ । ଯେପରି କୁଅଁର ଢିଲୋନ ଏବଂ ଏଲିସା କୌସିକ୍‌, ହର୍ଶ ବେନିଓ୍ଵାଲ, ମଲିକା ସିଂ, ସୁମେଦ୍‌ ମୁଦଗାଲକର, ଟି୍ଵଙ୍କଲ ଆରୋରା, ସମର୍ଥ ଜୁରେଲ ଏବଂ ଐଶ୍ୱର୍ଯ୍ୟା ଶର୍ମା ଏବଂ ନିଲ ଭଟ୍ଟଙ୍କ ଭଳି ଅଭିନେତା ନଜର ଆସିବାକୁ ଯାଉଛନ୍ତି । ତେବେ ଦର୍ଶକ ଅପେକ୍ଷା କରିଥିବା ରିଆଲିଟି ସୋ ‘ବିଗ୍‌ ବସ୍‌ ୧୭’ର ଏହି ସିଜିନ୍‌ ଅକ୍ଟୋବର ୨୧ରୁ ଆରମ୍ଭ ହେବାକୁ ଯାଉଛି । ଏହା ସହ ଏହି ବର୍ଷ ବିଗ୍‌ବସ୍‌ ୧୭ରେ କପଲ୍‌ ଏବଂ ସଙ୍ଗିଲ୍‌ଙ୍କ ପ୍ରତିଯୋଗିତା ଦେଖିବା ପାଇଁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.