Below header

ବଂଶଧାରା ନଦୀରେ ଭାସି ୨ନିଖୋଜ ଘଟଣା : ଉଦ୍ଧାର ହେଲା ଜଣଙ୍କ ମୃତଦେହ

ବଂଶଧାରାରେ ଭାସି ନିଖୋଜ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ଗୁଡାରିବ୍ଲକ ଅନ୍ଧାରିଗୁଡ଼ା ନିକଟ ଏକ ବ୍ରିଜ ତଳୁ ୯ବର୍ଷର ନାବାଳକ ରତ୍ନାକର ବଡ଼ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି।

ଗୁଣପୁର (ବ୍ୟୁରୋ): ବଂଶଧାରାରେ ଭାସି ନିଖୋଜ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ଗୁଡାରିବ୍ଲକ ଅନ୍ଧାରିଗୁଡ଼ା ନିକଟ ଏକ ବ୍ରିଜ ତଳୁ ୯ବର୍ଷର ନାବାଳକ ରତ୍ନାକର ବଡ଼ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। ରତ୍ନାକରଙ୍କ ମୃତଦେହ ଏକ ଖୁଣ୍ଟରେ ଲାଗି ରହିଥିବା ଦେଖିଥିଲେ ଗ୍ରାମବାସୀ। ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଆସି ମୃତଦେହକୁ ଉଦ୍ଧାର କରିଛନ୍ତି।

ଗତକାଲି ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବଂଶଧାରା ନଦୀରେ ଭାସି ୨ ଜଣ ନିଖୋଜ ହୋଇଯାଇଥିଲା। ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଯାଇଥିଲେ। ଏମାନଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.