ଯମୁନା ନଦୀରେ ବଢୁଛି ଜଳସ୍ତର, ଦିଲ୍ଲୀରେ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ(କେନ୍ୟୁଜ୍): ଦିଲ୍ଲୀରେ ମଧ୍ୟ ବନ୍ୟା ଆଶଙ୍କା। ତଳି ଅଂଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଯମୁନା ନଦୀର ଜଳ ସ୍ତର ବିପଦ ସଙ୍କେତ ନିକଟତର ହୋଇଛି। ତେଣୁ ସତର୍କମୂଳକ ପଦକ୍ଷେପ ଭାବେ ଲୋକଙ୍କୁ ସ୍ଥାନାନ୍ତର ହେବାକୁ କୁହାଯାଇଛି। ହରିୟାଣାର ହାତିନି କୁଣ୍ଡ ବ୍ୟାରେଜରୁ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ଛଡାଯାଇଥିବାରୁ ଯମୁନାରେ ବନ୍ୟାଜଳ ପ୍ରବାହିତ ହେଉଛି। ଯମୁନାର ଜଳସ୍ତର ବର୍ତ୍ତମାନ ୨୦୩.୩୭ ମିଟର ରହିଛି। ବିପଦ ସଙ୍କେତ ରହିଛି ୨୦୪. ୫ ମିଟର।