ଆଜି ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକ, ବହୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ଆଜି ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବହୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି । ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶକୁ ଗ୍ରୀନ୍ ସିଗନାଲ୍ ମିଳିପାରେ । ଏଥିରେ ରହିଛି ଆଇଓସିଏଲ୍ର ୧ ଲକ୍ଷ କୋଟି ଟଙ୍କା ଓ ହଳଦିଆ ପେଟ୍ରୋକେମିକାଲ୍ସର ୭୮ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ । ହଳଦିଆ ପେଟ୍ରୋକେମିକାଲ୍ସ ଲିମିଟେଡ୍, HPLଓଡ଼ିଶାରେ ୭୮ ହଜାର କୋଟି ଟଙ୍କାର ନିବେଶ କରିବାକୁ ଚାହୁଁଛି ।
ବାଲେଶ୍ୱରରେ ହାଇଡ୍ରୋ କାର୍ବନ୍ ପ୍ରୋସେସିଂ କଂପ୍ଲେକ୍ସ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଏଚ୍ପିଏଲ୍ । ଏହି ପ୍ରକଳ୍ପରେ ରହିଛି, ଲାଇଟ୍ କ୍ରୁଡ୍ ରିଫାଇନାରୀ, ଆରୋମେଟିକ୍ କଂପ୍ଲେକ୍ସ ଓ ଏଥିଲିନ୍ କ୍ରାକର କଂପ୍ଲେକ୍ସ କରିବ ଏଚ୍ପିଏଲ୍ । ଏହି କଂପାନୀ ପ୍ରତିଷ୍ଠା ହେଲେ ବହୁ ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ହୋଇ ପାରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ସେହିପରି ଇଣ୍ଡିଆନ ଅଏଲ କର୍ପୋରେସନ ଓଡ଼ିଶାରେ ୧ ଟ୍ରିଲଅନ୍ ଟଙ୍କା ନିବେଶ ପାଇଁ ଆଗ୍ରହୀ । କଂପାନୀ ନାପ୍ଥା କ୍ରାକର ୟୁନିଟ୍ ସ୍ଥାପନ କରିବ । ଯଦି କଂପାନୀ ଏହି ନିବେଶ କରେ, ତେବେ ଆଇଓସି ରାଜ୍ୟର ସବୁଠାରୁ ବଡ଼ ନିବେଶକାରୀ ପାଲଟିଯିବ । ଆଇଓସି ପୂର୍ବରୁ ପାରାଦୀପ ରିଫାଇନାରୀ ପାଇଁ ୩୫ ହଜାର କୋଟି ଟଙ୍କା ନିବେଶ କରିଛି ।