ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ, ରଖାଯାଇଛି କାର୍ଡିଓ-ୟୋରେ ସେଣ୍ଟରରେ

ନୂଆଦିଲ୍ଲୀ(କେନ୍ଯୁଜ୍): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଏମ୍‌ସର ସୂଚନା ଅନୁସାରେ କାର୍ଡିଓ-ୟୋରେ ସେଣ୍ଟରରେ ଅରୁଣ ଜେଟ୍‌ଲୀଙ୍କୁ ରଖାଯାଇଛି । ତାଙ୍କୁ Intra-Aortic Balloon Pump ବା IABP ଓ Extra corporeal Membrane Oxygenation ବା ECMO ସପୋର୍ଟ ଦିଆଯାଉଛି । ଯେତେବେଳେ ଭେଣ୍ଟିଲେଟର ଦ୍ୱାରା କୌଣସି ସୁବିଧା ମିଳିନଥାଏ, ସେତେବେଳେ ECMOରେ ରୋଗୀଙ୍କୁ ରଖାଯାଇଥାଏ । ଏହା ଦ୍ୱାରା ରୋଗୀ ଶରୀରକୁ ଅକ୍ସିଜେନ୍‌ ଦିଆଯାଇଥାଏ । ଗତ ୯ ତାରିଖରୁ ଦିଲ୍ଲୀ ଏମ୍‌ସରେ ଅରୁଣ ଜେଟ୍‌ଲୀ ଚିକିତ୍ସିତ ହେଉଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଆଡମିଟ୍‌ କରାଯାଇଥିଲା । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରମୁଖ ଏମ୍‌ସରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ୨୦୧୮ ମେ ମାସରେ ଜେଟଲୀଙ୍କର କିଡନୀ ପ୍ରତ୍ୟାରୋପଣ ହୋଇଥିଲା । ପରେ ସଫ୍‌ଟ ଟିସୁ କ୍ୟାନସରରେ ଆକ୍ରାନ୍ତ ହୋଇ ଲଣ୍ଡନରେ ଚିକିତ୍ସିତ ହେଉଥିଲେ ଜେଟଲୀ । ଅସୁସ୍ଥତା କାରଣରୁ ସେ ଗତ ସାଧାରଣ ନିର୍ବାଚନରୁ ଓହରି ଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.