ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପଟୁ ପ୍ରଥମ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଓଏସ୍‌ଏପି ଯବାନ ଓ ୮ ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ(କେନ୍ୟୁଜ୍): କେନ୍ୟୁଜ୍ ପୁରୀରେ ଆରମ୍ଭ ହୋଇଛି ଜବରଦଖଲ ଉଛେଦ ପ୍ରକ୍ରିୟା । ଭଙ୍ଗାଯିବ ଶ୍ରୀମନ୍ଦିର ଚାରିପାଖକୁ ଲାଗି ରହିଥିବା ସବୁ କୋଠା । ପ୍ରଥମେ ଦକ୍ଷିଣ ଦ୍ୱାର ପଟୁ ପ୍ରଥମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସୂଚନା କେନ୍ଦ୍ର, ସିଂହଦ୍ୱାର ଫାଣ୍ଡି, ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସ, ସେସୁ ଅଫିସ ସମେତ ମେଘନାଦ ପାଚେରୀକୁ ଲାଗିଥିବା ୭ଟି ନିର୍ମାଣକୁ ଉଚ୍ଛେଦ କରାଯିବ । ସୁରକ୍ଷା ଦୃଷ୍ଟିରୁ ଓଏସ୍‌ଏପି ଯବାନଙ୍କ ସମେତ ୮ଜଣ ମାଜିଷ୍ଟ୍ରେଟ୍‌ ଓ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେହିପରି ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଉଚ୍ଛେଦ ପୂର୍ବରୁ ମେଘନାଦ ପାଚେରୀକୁ ଲାଗି ରହିଥିବା ବହୁ ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସିଂହଦ୍ୱାର ସମ୍ମୁଖ ଫାଣ୍ଡିକୁ ମଧ୍ୟ ଘୁଞ୍ଚରଇ ଦିଆଯାଇଛି । ଦରକାରୀ କାଗଜପତ୍ର ସହ ଅନ୍ୟାନ୍ୟ ଆସବାବପତ୍ର ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ହୋଇଥିବା ୭୫ ମିଟର ଉଚ୍ଛେଦ ପକ୍ରିୟା ଏବେ ଆରମ୍ଭ କରାଯାଇ ନାହିଁ । କେବଳ ପୂର୍ବ ନିଷ୍ପତ୍ତି ମୁତାବକ ମେଘନାଦ ପାଚେରୀକୁ ଅବରୋଧ କରୁଥିବା କାର୍ଯ୍ୟାଳୟ ଗୁଡିକ ଭଙ୍ଗାଯିବ ବୋଲି ପ୍ରଶାସନ ସ୍ୱଷ୍ଟ କରିଛି ।

Leave A Reply

Your email address will not be published.