Below header

ହତ୍ୟା ଅଭିଯୋଗରେ ଯାଇଥିଲେ ଜେଲ୍‌, ଓକିଲାତି ପାଠ ପଢ଼ି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ ଯୁବକ

ୟୁପିର ବାଗ୍‌ପତ୍‌ ରେ ରହୁଥିବା ଜଣେ ଯୁବକ ୧୨ ବର୍ଷ ପୂର୍ବରୁ ଆରକ୍ଷୀ ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ ଯାଇଥିଲେ । ସେତେବେଳେ ତାଙ୍କ ବୟସ ୧୮ ବର୍ଷ ହୋଇଥିଲା । ସେ ୨ ବର୍ଷ ଜେଲ୍‌ରେ ରହିବା ପରେ ଜାମିନ୍‌ରେ ବାହାରକୁ ଆସିଥିଲେ । ଆଉ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଲ’ ପାଠ ପଢ଼ିଥିଲେ । ଡିଗ୍ରୀ ହାସଲ କରିବା ପରେ ସେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଏଡ଼ାଇବା ପାଇଁ ତାଙ୍କ ନାଁରେ କୋର୍ଟରେ ରୁଜୁ ହୋଇଥିବା ମାମଲାରେ ସେ କେସ୍‌ ଲଢ଼ିବା ଆରମ୍ଭ କରିଦେଇଥିଲେ । ୧୨ ବର୍ଷ ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରିଥିଲେ ।

ଉତ୍ତରପ୍ରଦେଶ : ପୋଲିସକୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ ଯାଇଥିଲେ ଯୁବକ । ଦୁଇ ବର୍ଷ ପରେ ଜାମିନ୍‌ ରେ ଆସିଥିଲେ । ଜାମିନ୍‌ ରେ ଆସିବା ପରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଲ’ ପାଠ ପଢ଼ିଥିଲେ । ପରେ ଆଇନ୍‌ ସ୍ନାତକ ଡିଗ୍ରୀ ହାସଲ କରି ନିଜ ଉପରେ ଲାଗିଥିବା ହତ୍ୟା ଅଭିଯୋଗରୁୁ ମୁକ୍ତ ହେବା ପାଇଁ ନିଜ କେସ୍‌ ନିଜେ ଲଢ଼ିଥିଲେ । ଶେଷରେ କୋର୍ଟ ଏହି ମାମଲାର ଶୁଣାଣୀ କରି ତାଙ୍କୁ ନିର୍ଦ୍ଦୋଷ ରେ ଖଲାସ୍‌ କରିଥିଲେ ।

ସୁଚନା ମୁତାବିକ୍‌, ୟୁପିର ବାଗ୍‌ପତ୍‌ ରେ ରହୁଥିବା ଜଣେ ଯୁବକ ୧୨ ବର୍ଷ ପୂର୍ବରୁ ଆରକ୍ଷୀ ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ ଯାଇଥିଲେ । ସେତେବେଳେ ତାଙ୍କ ବୟସ ୧୮ ବର୍ଷ ହୋଇଥିଲା । ସେ ୨ ବର୍ଷ ଜେଲ୍‌ରେ ରହିବା ପରେ ଜାମିନ୍‌ରେ ବାହାରକୁ ଆସିଥିଲେ । ଆଉ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଲ’ ପାଠ ପଢ଼ିଥିଲେ । ଡିଗ୍ରୀ ହାସଲ କରିବା ପରେ ସେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଏଡ଼ାଇବା ପାଇଁ ତାଙ୍କ ନାଁରେ କୋର୍ଟରେ ରୁଜୁ ହୋଇଥିବା ମାମଲାରେ ସେ କେସ୍‌ ଲଢ଼ିବା ଆରମ୍ଭ କରିଦେଇଥିଲେ । ୧୨ ବର୍ଷ ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରିଥିଲେ ।

ତେବେ ପ୍ରକୃତ ଘଟଣା ହେଉଛି , ବାଗପତ ଅଞ୍ଚଳର କିରଠଲ ଗାଁର ଅମିତ ଚୌଧୁରୀ ୨୦୧୧ ମସିହାରେ ସାମଲିରେ ଥିବା ନିଜ ଭଉଣୀ ଘରକୁ ଯାଇଥିଲେ ସେଠାରେ ୨ ଜଣ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ସେହି ଆକ୍ରମଣରେ ଜଣେପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଅଧିକାରୀଙ୍କର ମୃତ୍ୟୁ ହୋଇଗଲା । ଏହି ମାମଲାରେ ୧୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଯେଉଁଥିରେ ଅମିତ ଚୌଧୁରୀଙ୍କ ନାଁ ମଧ୍ୟ ରହିଥିଲା । ସେତେବେଳେ ଅମିତ୍‌ ୧୮ ବର୍ଷ ବୟସର ହୋଇଥିବା ବେଳେ ଯୁକ୍ତ ୩ ରେ ପାଠ ପଢ଼ୁଥିଲେ । ହେଲେ ପୋଲିସ ହତ୍ୟା ମାମଲାରେ ସେ ଜେଲ୍‌ ଚାଲିଯାଇଥିଲେ । ଯାହା ଫଳରେ ତାଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ପରେ ଜେଲ୍‌ରୁ ଜାମିନ୍‌ରେ ଆସିବା ପରେ ସେ ନିଜେ ପ୍ରଥମେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଲାଗିପଡ଼ିଥିଲେ । ଶେଷରେ କୋର୍ଟରେ ଜଜ୍‌ ତାଙ୍କ ମାମଲାର ଶୁଣାଣୀ କରି ଅମିତ୍‌ ଙ୍କୁ ନିର୍ଦ୍ଦୋଷ ରେ ମୁକ୍ତ କରିଛନ୍ତି ।

ତେବେ ଦୋଷ ମୁକ୍ତ ହୋଇ ଓକିଲ ହେବା ପରେ ଅମିତ୍‌ କହିଛନ୍ତି ଯେ, ମୁଁ ନୂଆ ଜୀବନ ପାଇଛି । ମୁଁ ଏଭଳି ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ଯେଉଁ ମାନେ ମିଛ କେସ୍‌ରେ ଫସି ଜେଲ୍‌ ଯାଇଥିବେ । ସେମାନଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିବାକୁ କୌଣସି ମୂଲ୍ୟ ନେବେ ନାହିଁ । ବିନା ମୂଲ୍ୟରେ ସେମାନଙ୍କ କେସ୍‌ ଲଢ଼ି ସାହାଯ୍ୟ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.