ଜେଲ୍‌ ରୁ ମୁକୁଳିବା ପରେ ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ

ଜେଲରୁ ମୁକୁଳିବା ପରେ ଲ' ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ । ଆଜି କ୍ୟାପିଟାଲ ଲ ' କଲେଜରେ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ହଲରୁ ବାହାରିବା ପରେ ଅର୍ଚ୍ଚନା କହିଛନ୍ତି, ଜେଲ୍ ଯିବା ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । ଅନେକ କଥା ଶିଖିଲେ ।

ଜେଲରୁ ମୁକୁଳିବା ପରେ ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ । ଆଜି କ୍ୟାପିଟାଲ ଲ ‘ କଲେଜରେ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ହଲରୁ ବାହାରିବା ପରେ ଅର୍ଚ୍ଚନା କହିଛନ୍ତି, ଜେଲ୍ ଯିବା ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । ଅନେକ କଥା ଶିଖିଲେ । ଆଇନ ଉପରେ ତାଙ୍କର ଭରସା ଅଛି । ନିଶ୍ଚିତ ଭାବରେ ତାଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

୧୪ ମାସ ପରେ ଆଜି ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଥିଲେ । ବେଲ୍ ମିଳିବାର ୮ ଦିନ ପରେ ଜେଲରୁ ବାହାରିଛନ୍ତି । ତାଙ୍କୁ ସାଙ୍ଗରେ ନେଇ ସତ୍ୟବିହାର ସ୍ଥିତ ଘରକୁ ଯାଇଥିଲେ ସ୍ବାମୀ ଜଗବନ୍ଧୁ ଚାନ୍ଦ । ସେଠାରେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ସ୍ବାଗତ କରିଥିଲେ ପରିବାର ସଦସ୍ୟ । ଏହାପରେ ଲ’ ପରୀକ୍ଷା ଦେବାକୁ ଯାଇଥିଲେ ଅର୍ଚ୍ଚନା ନାଗ । ତାଙ୍କୁ ଓକିଲ ଗେଟଅପରେ ଦେଖିବାକୁ ମିଳିଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଗତ ୪ ତାରିଖରେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ । ସର୍ତ୍ତ ପୂରଣ ପରେ ବାହାରିଛନ୍ତି ଅର୍ଚ୍ଚନା ନାଗ । ସେ କହିଛନ୍ତି, କୋର୍ଟଙ୍କ ସବୁ ସର୍ତ୍ତ ମାନିବେ ଓ ତଦନ୍ତରେ ସହଯୋଗ କରିବେ । ଖଣ୍ଡଗିରି ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ୨୦୨୨ ଅକ୍ଟୋବର ୬ ତାରିଖରେ ଗିରଫ ହୋଇଥିଲେ ଅର୍ଚ୍ଚନା ନାଗ । ତାଙ୍କ ନାଁରେ ନୟାପଲ୍ଲୀ ଥାନାରେ ଆଉ ଗୋଟିଏ ମାମଲା ହୋଇଥିବା ବେଳେ ଆଉ ଏକ ମାମଲା ରୁଜୁ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମସ୍ତ ୩ଟି ମାମଲାରେ ଅର୍ଚ୍ଚନାଙ୍କୁ ବେଲ୍ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.