Below header

ମହାକାଶରେ ଫାଇଭ ଷ୍ଟାର ହୋଟେଲ, ମିଳୁଛି ରାଜକୀୟ ସୁବିଧା

ବିଭିନ୍ନ ଦେଶରେ ଅନେକ ନାମୀଦାମୀ ହୋଟେଲ ସବୁ ରହିଛି । ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ପାଇଁ କେଉଁଠି ପାହାଡ଼ ଉପରେ ରହିଛି ତ କେଉଁଠି ଜଙ୍ଗଲରେ । ଏହି ପରିପ୍ରେକ୍ଷୀରେ ଏବେ ସ୍କାଏ କ୍ରୁଜ୍ ହୋଟେଲ ଚର୍ଚ୍ଚାରେ ରହିଛି । ତେବେ ଏହାକୁ ଉଡ଼ନ୍ତା ହୋଟେଲ ପରିକଳ୍ପନା ଆଧାରରେ ତିଆରି କରାଯାଇଛି ।

ବିଭିନ୍ନ ଦେଶରେ ଅନେକ ନାମୀଦାମୀ ହୋଟେଲ ସବୁ ରହିଛି । ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ପାଇଁ କେଉଁଠି ପାହାଡ଼ ଉପରେ ରହିଛି ତ କେଉଁଠି ଜଙ୍ଗଲରେ । ଏହି ପରିପ୍ରେକ୍ଷୀରେ ଏବେ ସ୍କାଏ କ୍ରୁଜ୍ ହୋଟେଲ ଚର୍ଚ୍ଚାରେ ରହିଛି । ତେବେ ଏହାକୁ ଉଡ଼ନ୍ତା ହୋଟେଲ ପରିକଳ୍ପନା ଆଧାରରେ ତିଆରି କରାଯାଇଛି । ଯାହାଦ୍ବାରା ଏଣିକି ଯାତ୍ରୀ ଆକାଶରେ ଉଡ଼ିକି ଖାଇବାର ମଜା ନେବେ । ୟେମନର ଇଞ୍ଜିନିୟର ହାସେମ୍ ଅଲ୍-ଘେଲୀ ଏହି ହୋଟେଲ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ।

ତାଙ୍କ ମତରେ ଏହା ହେଉଛି ଏକ ଉଡ଼ନ୍ତା ହୋଟେଲ । ଯାହାର ବିଶେଷତ୍ବ ହେଉଛି ଏହା ପରମାଣୁ ଶକ୍ତିରେ ପରିଚାଳିତ ହେବ । ଫଳରେ ଏହା ସର୍ବଦା ପବନରେ ଉଡ଼ିବ ଏବଂ ଏହାକୁ ଇନ୍ଧନର ଆବଶ୍ୟକ‌ତା ନାହିଁ । ଏହା ଲୋକଙ୍କୁ ଆକାଶରେ ଉଡ଼ିବା ସହ ବାଦଲରେ ରହିବାର ଏକ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବ । ସେହିପରି ଏଥିରେ ଏକକାଳୀନ ପାଞ୍ଚ ହଜାର ଯାତ୍ରୀ ଯାତ୍ରା କରିପାରିବେ । ତେବେ ଲୋକଙ୍କୁ ଯେଭଳି କୌଣସି ଅସୁବିଧା ନ ହେବ, ସେନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାର ଭିତର ଫାଇଭ ହୋଟେଲ ସଦୃଶ । ଜିମଠୁ ଆରମ୍ଭ କରି ଶପିଂ ମଲ୍, ବାର୍, ରେସ୍ତୋରାଁ, ସିନେମା ହଲ୍ ସହ ପିଲାଙ୍କ ଖେଳିବା ପାଇଁ ଗ୍ରାଉଣ୍ଡ ଏବଂ ସୁଇମିଂ ପୁଲ୍ ଭଳି ଅନ୍ୟାନ୍ୟ ସୁବିଧା ଏଥିରେ ରହିଛି ।

ଏପରିକି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହା ଭିତରେ କନ୍‌ଫରେନ୍ସ ସେଣ୍ଟରର ବି ବ୍ୟବସ୍ଥା କରାଯିବ । ସ୍କାଏ କ୍ରୁଜ୍‌ର ଏଭଳି ସୁବିଧା ସୁଯୋଗ ପାଇଁ ଏହାକୁ ବିଳାସର ପ୍ରତୀକ ବୋଲି ବି କୁହାଯାଉଛି । ଅନ୍ୟପଟେ ଇଣ୍ଟରନେଟରେ ଏହାର ଏକ ଫଟୋ ସେୟାର୍ ହେବା ପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.