ଦୁନିଆର ଅଦ୍ଭୁତ ଫଳ, ଏହାର ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଏହା ହେଉଛି ଦୁନିଆର ସବୁଠାରୁ ଅଦ୍ଭୁତ ଫଳ, କାରଣ ଏହି ଫଳକୁ କେହି ଖାଇ ପାରିବେ ନାହିଁ । ଏହି 'ଆପଲ୍' ସମ୍ପୂର୍ଣ୍ଣ ଭାବେ କାଚ ଭଳି ଦେଖାଯାଏ । ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ସେଓ ସହ ଜଡିତ ଏକ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସେଓ ଏକ ପୁଷ୍ଟିକର ଫଳ । ଯାହାକୁ ଆମେ ଖାଇବା ପାଇଁ ବହୁତ ଭଲ ପାଉ । କିନ୍ତୁ ଆପଣ କେବେ ‘ଘୋଷ୍ଟ ଆପଲ୍’ ବିଷୟରେ ଶୁଣିଛନ୍ତି କି ? ଏହି ଫଳ କେଉଁଠୁ ଆସିଲା ଏବଂ ଏହା କିପରି ଉତ୍ପାଦନ ହୁଏ ? ଆପଣ ହୁଏତ ଏ ବିଷୟରେ ଜାଣି ନଥିବେ । ଏହା ହେଉଛି ଦୁନିଆର ସବୁଠାରୁ ଅଦ୍ଭୁତ ଫଳ, କାରଣ ଏହି ଫଳକୁ କେହି ଖାଇ ପାରିବେ ନାହିଁ । ଏହି ‘ଆପଲ୍’ ସମ୍ପୂର୍ଣ୍ଣ ଭାବେ କାଚ ଭଳି ଦେଖାଯାଏ । ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ସେଓ ସହ ଜଡିତ ଏକ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

‘ଘୋଷ୍ଟ ଆପଲ୍’କୁ ନେଇ ରେନମେକର୧୯୭୩ ନାମକ ଜଣେ ଟ୍ଵିଟର ୟୁଜର ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି ଆପଣ ‘ଘୋଷ୍ଟ ଆପଲ୍’ ବିଷୟରେ ଜାଣିଛନ୍ତି କି? ‘ଘୋଷ୍ଟ ଆପଲ୍’ ହେଉଛି ଏପରି ଏକ ଫଳ, ଯେଉଁଥିରେ ବରଫ ବର୍ଷା ହେବା ପରେ ଗଛରେ ଥିବା ସେଓରେ ବରଫ ଜମା ହୋଇଯାଏ । ଏହା ପରେ ସେଓ ଗୁଡ଼ିକ ବରଫ ଖୋଳକୁ ଛାଡ଼ି ତଳେ ପଡ଼ିଥାଏ । ଗଛରେ କେବଳ ବରଫର ଖୋଳ ରହିଥାଏ, ଯାହା ସେଓ ଆକୃତିର ରହିଥାଏ । ଏହି ‘ଘୋଷ୍ଟ ଆପଲ୍’ ମିଶିଗନ ଠାରେ ଦେଖାଯାଇଥିଲା ।

‘ଘୋଷ୍ଟ ଆପଲ୍’ ବରଫରେ ତିଆରି ହୋଇଥାଏ, ଯାହା ସେଓ ପରି ଦେଖାଯାଏ । ସେଓର ହିମାଙ୍କ ପାଣି ତୁଳନାରେ କମ୍ ଥାଏ । ସେଓର ଉତ୍ତାପ ଯୋଗୁଁ ଏହା ଖରାପ ହୋଇଯାଏ ଏବଂ ତଳେ ଖସିଯାଏ । ‘ଘୋଷ୍ଟ ଆପଲ୍’ ପ୍ରଥମେ ୨୦୧୯ ମସିହାରେ ଆମେରିକୀୟ ରାଜ୍ୟ ମିଶିଗନରେ ଦେଖିବାକୁ ମିଳିଥିଲା । ଏଠାକାର ଜଣେ ଚାଷୀଙ୍କ ବଗିଚାରେ ବରଫରେ ତିଆରି ହୋଇଥିବା ‘ଘୋଷ୍ଟ ଆପଲ୍’କୁ ଦେଖାଯାଇଥିଲା । ବରଫରେ ତିଆରି ହୋଇଥିବା ଏହି ଆପଲ୍‌ ସାଧାରଣ ସେଓ ଭଳି ଦେଖାଯାଏ । କିନ୍ତୁ ଏହାକୁ କେହି ବି ଖାଇ ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.