Below header

ପଞ୍ଜଶିରରେ ପଶିଲା କି ତାଲିବାନ ?ଛକାପଞ୍ଝା ଭିତରେ ଦୁଇ ପକ୍ଷରୁ ଆସୁଛି ଭିନ୍ନ ଭିନ୍ନ ମତ

କେନ୍ୟୁଜ୍(ବ୍ୟୁରୋ): ପଞ୍ଜଶିରରେ ପଶିଲା କି ତାଲିବାନ। ଛକାପଞ୍ଝା ଭିତରେ ଦୁଇ ପକ୍ଷରୁ ଆସୁଛି ଭିନ୍ନ ଭିନ୍ନ ମତ। ତାଲିବାନ ଦାବି କରିଛି, ବିନା ପ୍ରତିରୋଧରେ ବିଭିନ୍ନ ଦିଗରୁ ପଞ୍ଜଶିର ଭିତରକୁ ପ୍ରବେଶ କରିଛନ୍ତି ତାଲିିବାନୀ। ତାଲିବାନ ସାଂସ୍କୃତିକ କମିଶନ ସଦସ୍ୟ ଥିବା ଅନ୍ନାମୁଲ୍ଲା ସାମାନ୍‌ଗନି ଏହି ଦାବି କରିଛନ୍ତି। ସେପଟେ ନର୍ଦନ ଆଲାଏନ୍‌ସ ନେତା ଅହମ୍ମଦ ମାସୁଦଙ୍କ ସମର୍ଥକ କିନ୍ତୁ ତାଲିବାନର ଦାବିକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ପଞ୍ଜଶିରରେ ଯୁଦ୍ଧ ହୋଇ ନାହିଁ କି କୌଣସି ତାଲିବାନୀଙ୍କ ପ୍ରବେଶ ହୋଇ ନାହିଁ।

ଅଗଷ୍ଟ ୨୫ ତାରିଖରେ ତାଲିବାନ ଓ ମାସୁଦ ସମର୍ଥକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯେଉଁଥିରେ ସହମତି ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ନ ହେବା ପର୍ଯ୍ୟନ୍ତ ପରସ୍ପରକୁ ଆକ୍ରମଣ କରିବେ ନାହିଁ। ଦୁଇ ଦିନରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ଅଛି। ତାଲିବାନ ଚେତାବନୀ ଦେଇଛି, ଯଦି ଆଲୋଚନା ବିଫଳ ହୁଏ ପରିଣାମ ଭୋଗିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.