Below header

ରାଫେଲ୍‌ ଯୁଦ୍ଧ ବିମାନ ଠିକ୍‌ ସମୟରେ ଭାରତରେ ପହଞ୍ଚିବ, ଫ୍ରାନ୍ସ ରାଷ୍ଟ୍ରଦୂତ ଦେଲେ ସୂଚନା

ନୂଆଦିଲ୍ଲୀ : ଭାରତ ଚୁକ୍ତି କରିଥିବା ୩୬ ରାଫେଲ୍‌ ଲଢ଼ୁଆ ଯୁଦ୍ଧ ବିମାନ ଠିକ୍‌ ସମୟରେ ଭାରତରେ ପହଞ୍ଚିବ ଓ ଏଥିରେ କୈାଣସି ବିଳମ୍ବ ହେବ ନାହିଁ ବୋଲି ଭାରତ ସ୍ଥିତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମେନୁଏଲ୍‌ ଲେନିନ୍‌ ପ୍ରକାଶ କରିଛନ୍ତି ।

rafel-1

ଭାରତ ୨୦୧୬ ସେପ୍ଟେମ୍ବର ମାସରେ ୩୬ ଟି ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ପାଇଁ ୫୮୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲା । ଚୁକ୍ତି ଅନୁଯାୟୀ ଅପ୍ରେଲ ଶେଷ ସୁଦ୍ଧା ରାଫେଲ୍‌ ଭାରତକୁ ଆସିବା କଥା ।

rafel-2

ତେଣୁ ସେହି ଅନୁଯାୟୀ କାର୍ଯ୍ୟ ଚାଲିଛି । ରାଫେଲ୍‌ ଆସିବାରେ ଆଦୈା ବିଳମ୍ବ ହେବ ନାହିଁ ବୋଲି ରାଷ୍ଟ୍ରଦୂତ ଲେନିନ୍‌ ପ୍ରକାଶ କରିଛନ୍ତି । ଗତ ଅପ୍ରେଲ ୮ ତାରିଖରେ ଫ୍ରାନ୍ସ ଭାରତର ବାୟୁ ସେନାକୁ ଏକ ନୂଆ ରାଫେଲ୍‌ ବିମାନ ଦେଇଥିଲା ।

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଦେଶ ବ୍ୟସ୍ତ ଥିଲେ ହେଁ ଠିକ୍‌ ସମୟରେ ରାଫେଲ୍‌ ଭାରତର ବାୟୁସେନାରେ ସାମିଲ ହେବ ବୋଲି ଫ୍ରାନ୍ସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.