ମଦ ହୋମ୍ ଡେଲିଭରୀ ପାଇଁ ହଁ ମାରିଲା କଟକ ମଦ ବ୍ୟବସାୟୀ ସଂଘ, ସୁରକ୍ଷା ଦାୟିତ୍ବରେ ରହିବେ ପୋଲିସ

କେନ୍ୟୁଜ୍ (ବ୍ୟୁରୋ): କଟକରେ କାଲିଠାରୁ ମଦର ହୋମ୍ ଡେଲିଭେରୀ ହେବ। ଏ ପ୍ରସଙ୍ଗରେ ଆଜି ଜିଲ୍ଲାପାଳ ବୈଠକ କରିଥିଲେ। ଅନ୍ ଲାଇନ୍‌ର ମଦବିକ୍ରୀ ସହ ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା କରାଯିବ। କାଲି ସକାଳ ୭ରୁ ସଂଧ୍ୟା ୬ଯାଏ ଅନ୍ ଲାଇନ୍‌ରେ ମଦ ବିକ୍ରୀ ହେବ। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନରେ କାମ କରୁଥିବା କର୍ମଚାରୀ ହିଁ ହୋମ ଡେଲିଭେରୀ କରିବେ ବୋଲି ମଦ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।

ପୂର୍ବରୁ କଟକ ଜିଲ୍ଲାରେ ଅନଲାଇନରେ ମଦ ଵିକ୍ରି ପାଇଁ ଵ୍ୟଵସାୟୀ ଅରାଜି ହୋଇଥିଲେ। ଅନଲାଇନ ସହ ଅଫ୍ ଲାଇନରେ ମଦ ଵିକ୍ରି ପାଇଁ ଵ୍ୟଵସାୟୀ ସଂଘ ଅନୁମତି ଦାବି କରିଥିଲେ । ଅନଲାଇନ ଵିକ୍ରି ରେ ଵିକ୍ରି କୋଟା ପୁରଣ ହେଵନି ଵୋଲି ସଂଘ ପକ୍ଷରୁ କୁହାଯାଇଥିଲା। ଏବେ କିନ୍ତୁ ସରକାରଙ୍କ ସର୍ତ୍ତରେ ରାଜି ହୋଇଛି ସଂଘ ।

ଆସନ୍ତାକାଲିଠୁ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଗ୍ରାହକ ଅର୍ଡର କରିବା ପରେ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଭିତରେ ମଦ ଡେଲିଭରି କରାଯିବ ବୋଲି କହିଛି ସଂଘ। ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା ପରେ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛି।

ସେପଟେ ଖୋର୍ଦ୍ଧା ସଂଘର ଦାବି ସରକାର ସେମାନଙ୍କୁ ବୈଷୟିକ ଭିତ୍ତିଭୂମି ଓ କାଉଣ୍ଟରରେ ସୁରକ୍ଷା ଦିଅନ୍ତୁ। ସ୍ୱିଗି ଓ ଜମାଟୋ ଭଳି ସଂସ୍ଥାଙ୍କ ମାଧ୍ୟମରେ ବିକ୍ରିକୁ ବି ବିରୋଧ କରିଛି ଖୋର୍ଦ୍ଧା ସଂଘ। ଅନଲାଇନରେ ମଦ ବିକ୍ରି ପାଇଁ ସରକାର ନିଜ ୱେବସାଇଟରେ ୧୦୭୮ଟି ଅଫ୍-ସପ୍ ଓ ୪୭୧ ଅନ୍-ସପ୍ ଦୋକାନୀଙ୍କ ମୋବାଇଲ ନମ୍ବର ଓ ଇମେଲ୍ ଆଇଡି ସହ ସଂପୂର୍ଣ ତଥ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.