ସତର୍କ ରୁହନ୍ତୁ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ ଜାରି, ୧୦ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ନିଙ୍ଗ

କେନ୍ୟୁଜ୍ (ବ୍ୟୁରୋ): ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ, ଗରମ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏଥିପାଇଁ  ଆଗାମୀ ୫ ଦିନ ଯାଇଁ ଅନୁଗୁଳ, ବୌଦ୍ଧ, ସୋନୁପୁର,ବଲାଙ୍ଗୀର, କଲାହାଣ୍ଡି, ନୂଆପଡା, ବରଗଡ଼ , ଝାରସୁଗୁଡା, ସମ୍ବଲପୁର ଏବଂ ମାଲକାନଗିରି ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଏବଂ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି ।  ଆସନ୍ତା ୨୬ ତାରିଖ ଯାଇଁ ଏହିସବୁ ଜିଲ୍ଲା ଗୁଡିକରେ ୟେଲୋୱାର୍ନିଙ୍ଗ ଜାରି କରାଯାଇଥିଲା ବେଳେ ୨୬ ତାରିଖ ପରଠାରୁ ୨୮ ତାରିଖ ଯାଇଁ ଅରେଞ୍ଜୱାର୍ନିଙ୍ଗ ଜାରି କରାଯାଇଛି ।

ସେହିଭଳି ଆଜି ଓଡ଼ିଶାର ୧୪ ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା।  ୪୫.୮ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ଥିଲା। ତାଳଚେର ୪୪.୩, ଭବାନୀପାଟଣା ୪୪.୦, ବଲାଙ୍ଗିର ୪୪.୦, ମାଲକାନଗିରି ୪୩.୧, ସୋନୁପୁର ୪୩.୦, ଅନୁଗୁଳ ୪୨.୫, ସମ୍ବଲପୁର ୪୨.୨, ପାରଳାଖେମୁଣ୍ଡି ୪୨.୨, ହୀରାକୁଦ ୪୧.୯ ଝାରସୁଗୁଡ଼ା ୪୧.୬, ଫୁଲବାଣୀ ୪୧.୮, ବୌଦ୍ଧ ୪୧.୮ ଡିଗ୍ରୀ, ଏବଂ ସୁନ୍ଦରଗଡ ୪୦.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ପ୍ରଭାବ

୧- ୨୪ ରୁ ୨୬ ତାରିଖ ଯାଏ , ଯଦିଓ ସାଧାରଣ ଲୋକମାନେ ଏହି ଗରମ କୁ ସହ୍ୟ କରିପାରିବେ, କିନ୍ତୁ ବାତ କିମ୍ବା ଶ୍ୱାସ ଥିବା ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଏହା ଅସୁରକ୍ଷିତ ଜ୍ଝ

୨- ୨୬ ରୁ ୨୮ ଯାଇଁ ଆପଣଙ୍କୁ ଗରମ ପ୍ରଭାବରୁ ମାନ୍ଦା କିମ୍ବା ଅଳସୁଆ ଲାଗିପାରେ ,ବାତ କିମ୍ବା ଶ୍ୱାସ ଥିବା ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଏହା ଅଧିକ ଅସୁରକ୍ଷିତ ଜ୍ଝ

ଆବଶ୍ୟକ ପଦକ୍ଷେପ:-

୧- ସିଧାସଳଖ ସୂର୍ଯ୍ୟ କିରଣ ଠାରୁ ନିଜକୁ ଦୁରେଇ ରଖନ୍ତୁ
୨- ପ୍ରଚୁର ପରିମାଣରେ ପାଣି, ଲେମ୍ବୁ ସରବତ,ତୋରାଣି, ଆଖୁରସ ପ୍ରଭୁତି ପିଅନ୍ତୁ
୩- ଦିନ ସମୟରେ ବାହାରକୁ ବାହାରିଲେ ମୁଣ୍ଡରେ ପଗଡି କିମ୍ବା ଗାମୁଛା ବାନ୍ଧନ୍ତୁ

ବାୟୁମଣ୍ଡଳ ରେ ଚାପ ର ତାରତମ୍ୟ ରହୁ ଥିବାରୁ ଉପକୂଳ ଓଡିଶା ଏବଂ ତାର ଆଖପାଖ ଅଂଚଳରେ ସମୁଦ୍ରରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗ ଯାଇଁ ପବନ ରହିବାର ସମ୍ଭାବନା ରହୁଛି। ସେଥିଲାଗି ମତ୍ସ୍ୟଜୀବୀ ମାନଙ୍କୁ ୨୫ ଏବଂ ୨୬ ତାରିଖ ପାଇଁ ନଯିବାକୁ ବାରଣ କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.