Below header

ପିନ୍ଧିବା ସହ ଖାଇପାରିବେ ଏହି ପୋଷାକ,ଜାଣନ୍ତୁ ମିଳୁଛି କେଉଁଠି ?

ପରମାଣୁ ପରୀକ୍ଷଣ ଏବଂ ଧ୍ବଂସ କରିଦେବା ଧମକ ଦେବା କାରଣରୁ ଲଗାତର ଚର୍ଚ୍ଚାରେ ଥିବା ଉତ୍ତର କୋରିୟାର ରାଷ୍ଟ୍ରପତି କିମ୍ ଜଙ୍ଗ୍-ଉନ ପୁଣିଥରେ ଏକ ନୂଆ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଲମ୍ବା ସମୟ ଧରି ଗରିବୀ ଏବଂ ଭୋକମାରୀରେ ଜଡିତ ଥିବା ନିଜ ଦେଶରେ କିମ୍ ଉନ୍ନତି ଏବଂ ଦୁଃଶାହସିକ କାର୍ଯ୍ୟ ମଧ୍ୟ କରିଛନ୍ତି।

kiimକିମ୍ ଜଙ୍ଗ୍-ଉନ ଯେଉଁ ଫ୍ୟାସନ ପ୍ରଡକ୍ଟସକୁ ଲଞ୍ଚ କରିଛନ୍ତି ତାହା ବହୁତ ଖାସ୍ ଅଟେ। ରିପୋର୍ଟ ମୁତାବକ ଏହି ପୋଷାକର ସବୁଠାରୁ ଖାସ କଥା ଏହା ହେଉଛି ଯେ ଆବଶ୍ୟକ ପଡିଲେ ଏହାକୁ ଖିଆ ଯାଇପାରିବ। ଏହି ପୋଷାକ କିମ୍ କ୍ଲୋଥିଂ ରିସର୍ଚ୍ଚ ସେଣ୍ଟରରେ ତିଆରି ହୋଇଛି।
ଏହି ପୋଷାକକୁ ଫ୍ଲେନଲେଟ ଫେବ୍ରିକ୍ସରେ ନିର୍ମିତ କରାଯାଇଛି। ଏଥିରେ ଫେବ୍ରିକ ପ୍ରୋଟିନ, ଆମିନୋ ଏସିଡ, ଫ୍ରୁଟ ଜୁସ୍, ଆଇରନ ଏବଂ କ୍ୟାଲସିୟମ ରହିଛି। ଯାହାକୁ ଖାଇ ହେବ। ଏହା ପ୍ରୁଷ୍ଟିକର ହେବା ସହିତ ସ୍ବାଦିଷ୍ଟ ମଧ୍ୟ। ଦୁର୍ଭିକ ଅବସ୍ଥାରେ ଏହି ପୋଷାକକୁ ଖିଆ ଯାଇପାରିବ।

koriaକିମ୍ ଯେଉଁ ପୋଷାକ ଲଞ୍ଚ କରିଛନ୍ତି, ସେଥିରେ ପୁରୁଷ ମାନଙ୍କ ପାଇଁ ରହିଛି ଜ୍ୟାକେଟ୍ସ ଏବଂ ମହିଳାଙ୍କ ପାଇଁ ରହିଛି ଡିଜାଇନର ଡ୍ରେସ। ଏହାଛଡା ହ୍ୟାଣ୍ଡ ବ୍ୟାଗ୍ ମଧ୍ୟ ସାମିଲ ଅଛି। କିମ୍ ଏହି ପୋଷାକକୁ ସ୍ମାର୍ଟ କ୍ଲୋଥିଂ ଭାବରେ ତିଆରି କରିଛନ୍ତି।ଏହା ଦ୍ବାରା ଲୋକାମାନେ ନିଜ ସ୍ବାସ୍ଥ୍ୟର ଯତ୍ନ ମଧ୍ୟ ନେଇପାରିବେ। ଦୁର୍ଭିକ ସମୟରେ ଏହି ପୋଷାକକୁ ଖାଇ ଜୀବନ ବଞ୍ଚା ଯାଇପାରିବ।

ନିଶ୍ଚୟ ପଢ଼ନ୍ତୁ : ଜାଣନ୍ତି କି କେମିତି ପୃଥିବୀ ପୃଷ୍ଠରେ ହେଲା ଜୀବନର ଉତ୍ପତ୍ତି

କିମ୍ ଲଞ୍ଚ କରିଥିବା ବ୍ୟାଗ ଏବେ ପୁରୁଷ ମାନଙ୍କ ଟାରେ ବହୁତ ଲୋକପ୍ରୀୟ ହାସଲ କରିଛି। ମହିଳାମାନଙ୍କ ପାଇଁ ତିଆରି କରାଯାଇଥିବା ଅଧିକାଂଶ ପ୍ରଡକ୍ଟସ ପୁରୁଣା ଟ୍ରେଣ୍ଡର ଲାଗୁଛି। ଚାଇନା ଲୋକ ଏହାକୁ ୧୯୯୦ର ଫ୍ୟାସନ ବୋଲି କହୁଛନ୍ତି। କିନ୍ତୁ ଉତ୍ତର କୋରିୟା ଲୋକଙ୍କ ପାଇଁ ଏହା ଆଧୁନିକ ଫ୍ୟାସନ ଅଟେ। ଏହି ପୋଷାକର କ୍ୟାଟଲଗକୁ ମଧ୍ୟ ବହୁତ ଭଲଭାବେ ଡିଜାଇନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.