ଝିଅଙ୍କୁ ପଢ଼ାଇବା ପାଇଁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରିଥାନ୍ତି ଏହି ପିତା, ସାଲ୍ୟୁଟ୍‌ କଲେ ୟୁଜର୍ସ

ନାରୀ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରୁଛନ୍ତି। ତଥାପି ଗାଁ ଗହଳିରେ କିଛି ଲୋକ ଶିକ୍ଷାର ମୂଲ୍ୟକୁ ବୁଝି ନପାରି ଝିଅଙ୍କୁ ସ୍କୁଲ ପଠାଉନଥିବା ଦେଖିବାକୁ ମିଳିଛି। କିନ୍ତୁ ଏମିତି ବି ପରିବାର ଅଛି ଯେଉଁଠାରେ ଝିଅଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଫଗାନିସ୍ତାନରେ। ଏଠାରେ ଝିଅକୁ ପଢ଼ାଇବା ପାଇଁ ଜଣେ ପିତା ଦିନକୁ ୧୨ କିଲୋମିଟର ଯାତ୍ରା କରୁଥିବା ଜଣାଯାଇଛି।

Video Courtesy: Swedish Committee for Afghanistan

ଆଫଗାନିସ୍ତାନର ମିଆଁ ଖାନ୍‌ ନାମକ ଜଣେ ପିତା ଝିଅଙ୍କୁ ପଢ଼ାଇବା ପାଇଁ ପ୍ରତିଜ୍ଞା ନେଇଛନ୍ତିି। ରିପୋର୍ଟ ମୁତାବକ ମିଆଁ ଖାନ୍‌ଙ୍କର ତିନିଟି ଝିଅ। ପ୍ରତିଦିନ ସେ ଝିଅମାନଙ୍କୁ ସ୍କୁଲ ଛାଡ଼ିବାକୁ ବାଇକ୍‌ରେ ୧୨ କିଲୋମିଟର ଯାତ୍ରା କରିଥାନ୍ତି। ଝିଅଙ୍କୁ ସ୍କୁଲ ଛାଡ଼ିବା ପରେ ସେ ସେଠାରେ ଅପେକ୍ଷା କରନ୍ତି ଓ ସ୍କୁଲ ସରିବା ପରେ ଘରକୁ ନେଇକି ଆସନ୍ତି। ଏହା ତାଙ୍କ ନିତିଦିନିଆ କାମ। ମିଆଁ ନିଜେ ଅପାଠୁଆ ହୋଇଥିବାରୁ ସେ ଝିଅଙ୍କୁ ଶିକ୍ଷିତ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଥିବା କହିଛନ୍ତି।

ଏହାସହ ପଢ଼ନ୍ତୁ: ମର୍ମନ୍ତୁଦ ଦୁର୍ଘଟଣାରେ ପୂର୍ବତନ ମିସ୍‌ ପାକିସ୍ତାନ୍‌ ଓ୍ଵାର୍ଲ୍ଡ ଜାନିବଙ୍କ ମୃତ୍ୟୁ, ୨୦୧୨ରେ ଜିତିଥିଲେ ଆଓ୍ଵାର୍ଡ

ସୋସିଆଲ ମିଡିଆରେ ସ୍ୱେଦିଶ କମିଟି ଫର ଆଫଗାନିସ୍ତାନ ନାମକ ଏକ ସାଇଟ୍‌ ଏହି ବାପାଙ୍କ କାହାଣୀ ସେୟାର କରିଛି, ଯାହାକୁ ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏଭଳି ପିତା ସମସ୍ତଙ୍କୁ ମିଳୁ ବୋଲି ୟୁଜର୍ସ କହିବା ସହ ସାଲ୍ୟୁଟ୍‌ କରିଛନ୍ତି।

Leave A Reply

Your email address will not be published.