Below header

ବାରହା ଶିକାର କରିବାକୁ ଯାଇ ଜାଲରେ ପଡିଲେ ଚାରି ଶିକାରୀ, ଗିରଫ କରିଛି ବନ ବିଭାଗ

ରାଜନଗର (କେନ୍ୟୁଜ୍) : ବାରହା ଶିକାର କରିବାକୁ ଯାଇ ଜାଲରେ ପଡିଲେ ଚାରି ଶିକାରୀ । ବନ ବିଭାଗ ଶିକାରୀଙ୍କୁ ଗିରଫ କରିଛି । ଏହାସହ ମୃତ ବାରହାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ରାଜନଗର ଭିତରକନିକା ଜାତୀୟ ଉଦ୍ୟାନ ସୁନେଇ ରୁପେଇ ଜଙ୍ଗଲ ମଧ୍ୟରେ ଫାସ ବସାଇଥିଲେ ଶିକାରୀ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଫାସରେ ପଡିଥିବା ବାରହାକୁ ଶିକାରୀମାନେ ପିଟି ପିଟି ମାରୁଥିବାର ଦେଖି ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରେ ଦୁଇଟି ଫାସ, କଟୁରୀ, ଦୁଇଟି ଠେଙ୍ଗା ଜବତ ହୋଇଛି । ଗିରଫ ଶିକାରୀ ହେଲେ ବଗପାଟିଆ ଗାଁର ସୁଧାଂଶୁ ମିସ୍ତ୍ରୀ, ସୁକାନ୍ତ ମାଇତି, ରବିନ୍ଦ ମାଇତି ଓ ରାଜେଶ୍ୱରପୁର ଗାଁର ହରିପଦ ମଣ୍ଡଳ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.