ଏହି ତିନି ମହିଳା ବାୟୁ ସୈନିକ ଏମଆଇ-୧୭ ଉଡାଇ ରଚିଲେ ଇତିହାସ

ଭାରତୀୟ ବାୟୁସେନାର ତିନି ଜଣ ମହିଳା ଅଧିକାରୀ ସୋମବାର ଏମଆଇ-୧୭ ହେଲିକପ୍ଟର ଉଡାଇ ଇତିହାସ ରଚିଛନ୍ତି । ଫ୍ଳାଇଟ୍ ଲେପ୍ଟିନାଣ୍ଟ ପାରୁଲ ଭରଦ୍ବାଜ(ସହ ପାଇଲଟ)ଏବଂ ଫ୍ଳାଇଙ୍ଗ ଅଫିସର ଅମନ ନିଧି(ସହ ପାଇଲଟ)ଏବଂ ଫ୍ଳାଇଟ୍ ଲେପ୍ଟିନାଣ୍ଟ ହିନା ଜାୟସବାଲ (ଫ୍ଳାଇଟ ଇଞ୍ଜିନିୟର)ଦକ୍ଷିଣ ପଶ୍ଚିମ ବାୟୁ କମାଣ୍ଡ ରୁ ହେଲିକପ୍ଟର ଉଡାଇବାରେ ପ୍ରଥମ ଅଲ୍-ୱେନ୍ ଟିମ୍ ର ସଦସ୍ୟ ହୋଇଛନ୍ତି ।

ସେନା ସୂତ୍ର ମୁତାବକ ଏଥିରେ ଦୁଇ ମହିଳା ସଦସ୍ୟ ପଞ୍ଜାବର ଅଟନ୍ତି । ଏମଆଇ-୧୭ ବି୫ ହେଲିକ୍ୟାପ୍ଟର ରେ ଏହି ମହିଳାଙ୍କ ଉଡାଣ ଯୁଦ୍ଧ ପରିକ୍ଷଣର ଭାଗିଦାର ଥିଲେ ଏବଂ ଦକ୍ଷିଣ ପଶ୍ଚିମ ବାୟୁ କମାଣ୍ଡରେ ପ୍ରତିବନ୍ଧିତ କ୍ଷେତ୍ରରେ ହେଲିକ୍ୟାପ୍ଟର ଓହ୍ଲାଇବାରେ ସଫଳ ଥିଲେ ।

Leave A Reply

Your email address will not be published.