ଗୁଗଲ୍‌ ର ଏହି ଆପ ଦ୍ୱାରା ମିନିଟରେ ବୁକ୍‌ କରନ୍ତୁ ଟ୍ରେନ ଟିକେଟ, ଲାଗିବ ନାହିଁ କୌଣସି ଏକ୍ସଟ୍ରା ଚାର୍ଜ

ଯଦି ଆପଣ ଛୁଟିରେ କୁଆଡେ ବୁଲିବାକୁ ପ୍ଲାନିଂ କରୁଛନ୍ତି ତେବେ ସର୍ବପ୍ରଥମେ ଆପଣଙ୍କୁ ଟିକେଟ ବୁକ୍‌ କରିବାକୁ ପଢିବ। କାରଣ ଆମର ଅଧିକାଂଶ ପ୍ଲାନ୍‌ ଟିକେଟ ବୁକ୍‌ ନ ହେବା କାରଣରୁ କ୍ୟାନସଲ ହୋଇଯାଇଥାଏ। ଏହି ଟିକେଟକୁ ନେଇ ହେଉଥିବା ସମସ୍ୟା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଏମିତି ଆପ୍‌ ନେଇ ଆସିଛୁ ଯେଉଁଥିରେ ଆପଣ ମିନିଟ ମଧ୍ୟରେ ଟିକେଟ ବୁକ୍‌ କରିପାରିବେ। ଏହି ଆପର ନାମ ହେଉଛି Google Pay। ଏଥିରେ ଆପଣ ଟଙ୍କା ଟ୍ରାନ୍ସଫର କରିବା, ବିଲ ପେମେଣ୍ଟ କରିବା ଭଳି କାମ କରିପାରିବେ। ଇଣ୍ଡିଆନ୍‌ କ୍ୟାଟରିଂ ଏଣ୍ଡ ଟୁରିଜିମ୍‌ କର୍ପୋରେସନ (IRCTC) ଦ୍ୱାରା ଏହି ସର୍ଭିସ ନିକଟରେ ରୋଲଆଉଟ୍‌ ହୋଇଛି। ଗୁଗଲ୍‌ ପେ ଆଣ୍ଡ୍ରଏଡ ଏବଂ ଆଇଓଏସ ଦୁଇଟି ୟୁଜର୍ସ ଟ୍ରେନ ଟିକେଟ ବୁକ୍‌ କରିପାରିବେ।

ଗୁଗଲ୍‌ ପେ ରେ ଏମିତି ବୁକ୍‌ କରନ୍ତୁ ଟ୍ରେନ ଟିକେଟ

-ଆପ୍‌ ଷ୍ଟୋରରୁ ଗୁଗଲ୍‌ ପେ ଆପ୍‌ ଡାଉନଲୋଡ୍‌ କରନ୍ତୁ ଏବଂ ବିଜନେସ ସେକସନକୁ ଯାଇ ଟ୍ରେନ ଉପରେ କ୍ଲିକ କରନ୍ତୁ।

-ଏହାପରେ Book Train Ticketsର ଅପସନ ଆସିବ ତାହା ଉପରେ କ୍ଲିକ କରନ୍ତୁ।

-ଏହାପରେ ଆପଣଙ୍କୁ ଡେଷ୍ଟିନେସନ ଏବଂ ଯାତ୍ରା ର ତାରିଖ ଏବଂ କେଉଁ ଟିକେଟ ଚାହୁଁଛନ୍ତି ତାହା ଦେବାକୁ ହେବ।

-ଏପରି କରିବା ପରେ ଆପଣଙ୍କୁ ତଳେ ସେଠାରୁ ଯାଉଥିବା ଟ୍ରେନ ଦେଖାଯିବ ଯେଉଁଥିରେ ଆପଣ ସିଟ୍‌ ଆଭିଲେବିଲିଟି ମଧ୍ୟ ଚେକ୍‌ କରିପାରିବେ।

railway-ଏହାପରେ ଯେଉଁ ଟ୍ରେନରେ ଟିକେଟ ଖାଲି ଥିବ ତାହାକୁ ସିଲେକ୍ଟ କରିବା ପରେ ଆଗକୁ ଯାଆନ୍ତୁ।

-ଏମିତି କରିବା ପରେ ଆପଣଙ୍କୁ ନିଜର IRCTC ୟୁଜର ଆଇଡି ଏବଂ ପାସଓ୍ଵାର୍ଡ ଦେବାକୁ ହେବ ପରେ ପେସେଞ୍ଜରଙ୍କ ନାମ ଫିଡିଂ କରିବାକୁ ହେବ। ଏହା ସବୁ ଫିଡିଂ କରିବା ପରେ Continue ଉପରେ କ୍ଲିକ କରନ୍ତୁ।

-ଏହାପରେ ପେମେଣ୍ଟ ମେଥୋଡ୍‌ ସିଲେକ୍ଟ କରନ୍ତୁ ଏବଂ ପ୍ରୋସିଡ୍‌ ଉପରେ କ୍ଲିକ କରି UPI PIN ଦିଅନ୍ତୁ।

-ଏମିତି କରିବା ପରେ IRCTC ପାସଓ୍ଵାର୍ଡ ଏବଂ Captcha ଦେବାକୁ ହେବ ଏବଂ ପରେ Submit ବଟନ ଉପରେ କ୍ଲିକ କରିବାକୁ ହେବ।

-ଏମିତି କରିବା ପରେ ଆପଣଙ୍କ ଟିକେଟ ବୁକ୍‌ ହୋଇଯିବ ଏବଂ ଆପଣଙ୍କ ସ୍କ୍ରିନ ଉପରେ ତାହାର ସୂଚନା ଆସିଯିବ।

ଟିକେଟ କ୍ୟାନସଲ ମଧ୍ୟ କରିପାରିବେ

ୟୁଜର୍ସ ଏହି ଗୁଗଲ୍‌ ଆପ୍‌ ଜରୀଆରେ ଟ୍ରେନ ସର୍ଚ୍ଚ କରିବା, ବୁକିଂ କରିବା ସହିତ କ୍ୟାନସଲ ମଧ୍ୟ କରିପାରିବେ। ଏହାଛଡା ସହଜରେ ସିଟ ଆବିଲେଭିଲିଟୀ, ଜର୍ଣ୍ଣି ଡ୍ୟୁରେସନ, ଟ୍ରାଭେଲ ଟାଇମ୍‌ ଆଦିର ସୂଚନା ଏହି ଆପରେ ପାଇପାରିବେ। ଟିକେଟ ବୁକିଂ ଫିଚରକୁ ଆକସେସ କରିବା ପାଇଁ ୟୁଜର୍ସଙ୍କ ପାଖରେ  IRCTC  ଆକାଉଣ୍ଟ ହେବା ଜରୁରୀ ଅଟେ। ଏହି ଆପରେ ଟିକେଟ ବୁକିଂ କରିବାରେ କୌଣସି ଏକ୍ସଟ୍ରା ଚାର୍ଜ ଲାଗିବ ନାହିଁ।

Leave A Reply

Your email address will not be published.