Below header

ମନ୍ଦିରରେ ପହରା ଦେଲେ ତିନି ମୁସଲମାନ, ଦଙ୍ଗା ରୋକିବା ପାଇଁ ବଦଳାଇଲେ କବାଟରେ ଲେଖାଥିବା ନାଁ

ଦିଲ୍ଲୀରେ ଗୋଟିଏ ପଟେ ସିଏଏ(CAA)ର ହିଂସା ତୀବ୍ର ରୂପ ନେିଥିବା ବେଳେ ଅନେକ ଅଞ୍ଚଳରେ ମାନବିକତା ଏବଂ ସାମ୍ପ୍ରଦାୟିକତା ବନାଇ ରଖିବାକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର-ପୂର୍ବ ଦିଳ୍ଲୀର ଶିଓ୍ଵ ବିହାର ଅନ୍ତର୍ଗତ ଇନ୍ଦିରା ବିହାରରେ ପାଖାପାଖି ୩୨୦୦ଘର ରହିଛି, ଯେଉଁଠି ୮ହିନ୍ଦୁ ପରିବାର ରହୁଛନ୍ତି। ସୂଚନା ମୁତାବକ ଏହି ହିଂସା କାଣ୍ଡ ତୀବ୍ର ରୂପ ନେବା ପରେ ଭିଡରେ ମନ୍ଦିରକୁ ରକ୍ଷା କରିବା ପାଇଁ ତିନି ଜଣ ମୁସଲମାନ ଏଠାରେ କହା ନଜର ରଖିବା ସହ ଦଙ୍ଗା ରୋକିବା ପାଇଁ ଦୋକାନ ଏବଂ କୋଠାର ବୋର୍ଡରେ ଲେଖାଯାଇଥିବା ନାଁକୁ ବଦଳାଇ ସେଦଇଥିଲେ। ସ୍ଥାନୀୟ ମୁସଲମାନଙ୍କ କହିବାନୁଯାୟୀ ଦୀପାବଳି ହେଉ କି ମହରମ୍‌, ଆମେ ସର୍ବଦା ପରସ୍ପର ସାଙ୍ଗରେ ରହୁଛୁ।

muslimରିପୋର୍ଟ ଅନୁଯାୟୀ ଗତ ବୁଧବାର ଦିନ ତିନି ଜଣ ମୁସଲମାନ ଇନ୍ଦିରା ବିହାର ସ୍ଥିତ ମନ୍ଦିରର ବାହାର ସୁରକ୍ଷା ପାଇଁ ଛିଡା ହୋଇଥିଲେ। ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ଆମେ ସର୍ବଦା ଶାନ୍ତି ପୂର୍ବକ ପରସ୍ପର ସହ ରହିଆସିଛୁ। କୌଣସି ଧାର୍ମିକ ସ୍ଥଳ କ୍ଷତିଗ୍ରସ୍ଥ ହେବା ଉଚିତ ନୁହେଁ। ଏହି ମନ୍ଦିର ନିକଯରେ ଏକ ହିନ୍ଦୁ ପରିବାରର କୋଠା ମଧ୍ୟ ରହିଛି। ଏହି ଘରର ମୁଖିଆ ଆଚାର ବିକ୍ରି କରିବା କାର୍ଯ୍ୟ କରିଥାନ୍ତି। ଏହି ଘରେ ତାଙ୍କ ସହ ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁ ରହୁଛନ୍ତି।

hinduଏଠାରେ ରହୁଥିବା ଜଣେ ହିନ୍ଦୁ ବ୍ୟକ୍ତି କହିଛନ୍ତି, ‘‘ଆମ ଆଖପାଖର ଦୁଇ ଗଳିରେ ରହୁଥିବା ଲୋକଙ୍କ କାରଣରୁ ହିଁ ଆମେ ନିଜକୁ କାଫି ସୁରକ୍ଷିତ ଅନୁଭବ କରୁଛୁ। କୌଣସି ବାହାର ଲୋକଙ୍କୁ ହି ଗଳି ଭିତରକୁ ଆସିବାକୁ ଦିଆଯାଉନାହିଁ। ଯଦି କୌଣସିି ବ୍ୟକ୍ତି ଆସୁଛନ୍ତି ତେବେ ସ୍ଥାନୀୟ ମୁସଲମାନମାନେ ମଧ୍ୟ ସେମାନଙ୍କୁ ଆମ ଘର ନିକଟକୁ ଆସିବାକୁ ଦିଅନ୍ତି ନାହିଁ।’’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.