ଭାରତୀୟ ଜେସିବିକୁ ଏମିତି ବ୍ୟବହାର କରିବେ ବୋଲି ତିଆରି କରିଥିବା ଲୋକ ବି ଚିନ୍ତା କରିନଥିବ! ଦେଖନ୍ତୁ ଭିଡିଓ

ଗାତ ଖୋଳିବା ପାଇଁ ହେଉ କିମ୍ବା କିଛି ବଡ଼ ଜିନିଷ ଉଠାଇବାକୁ ଆବଶ୍ୟକ ପଡ଼ିଥାଏ ଜେସିବି। ଏହା ନିଜ ପଞ୍ଝାରେ ବଡ଼ ବଡ଼ ଜିନିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥାଏ। ଏହି ମେସିନ୍‌ ଦେଖିବାକୁ ଅନ୍ୟ ଗାଡ଼ି ତୁଳନାରେ ଅଦ୍ଭୁତ ହୋଇଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ। ଜେସିବିକୁ ନେଇ ପ୍ରତିଦିନ ସୋସିଆଲ ମିଡିଆରେ ନୂଆ ନୂଆ ଜୋକ୍ସ ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ବର୍ତ୍ତମାନ ଜେସିବିକୁ ନେଇ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯାହା କେହି କେବେ ଚିନ୍ତା ବି କରିନଥିବେ।

ଦେଖନ୍ତୁ ଭିଡିଓ :

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜେସିବିକୁ ଲୋକଙ୍କୁ ଟ୍ରକକୁ ଓହ୍ଲାଇବା ପାଇଁ ବ୍ୟବହାର କରାଯାଉଥିବା ଦେଖାଯାଇଛି। ଟ୍ରକରେ ବସିଥିବା କିଛି ମହିଳା ତଳକୁ ଓହ୍ଲାଇ ନପାରିବାରୁ ଜେସିବି ମାଧ୍ୟମରେ ସେମାନଙ୍କୁ ଓହ୍ଲାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ଭାରତୀୟଙ୍କ ଯୁଗାଡ଼ କହୁଥିବା ବେଳେ ଆଉ କିଛି ଇନ୍‌କ୍ରେଡେବଲ ଇଣ୍ଡିଆ ଲେଖିଛନ୍ତି।

ଫେସବୁକ୍‌ରେ ସନ୍ଦୀପ ଯୋଶୀ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓରେ ସେ କ୍ୟାପସନ୍‌ ଦେଇଛନ୍ତି ‘ଜାପାନ ଓ ଆମେରିକାବାଲା ମଧ୍ୟ ଜେସିବିର ଏମିତି ବ୍ୟବହାର ଜାଣିନଥିବେ’। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓକୁ ଫେସବୁକରେ ୫ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। କେବଳ ଫେସବୁକ୍‌ ନୁହେଁ ଟ୍ଵିଟରରେ ମଧ୍ୟ ଭିଡିଓଟି ପ୍ରବଳ ମାତ୍ରାରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.