ଟେନିସ୍‌କୁ ଅଲ୍‌ବିଦା କହିଲେ ରୁଷୀୟ ସୁନ୍ଦରୀ ମାରିଆ ଶାରାପୋଭା, ଲେଖିଲେ ଏଭଳି ଲୁହଭରା ଅନୁଚ୍ଛେଦ, ପଢ଼ନ୍ତୁ ଏହି ରିପୋର୍ଟ

୫ ଥର ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିଥିବା ରୁଷ୍‌ର ମହିଳା ଖେଳାଳି ମାରିଆ ଶାରାପୋଭା ଟେନିସ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୩୨ ବର୍ଷୀୟା ଶାରାପୋଭା Vogue and Vanity Fairରେ ଏକ ଅନୁଚ୍ଛେଦ ଲେଖିଛନ୍ତି ଯେ ‘ଗଲା ବର୍ଷଗୁଡ଼ିକରେ ଲଗାତାର ଆଘାତଜନିତ କାରଣ ତାଙ୍କୁ ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ କଲା’।

SHRAPOVA-2

ରୁଷୀୟ ସୁନ୍ଦରୀ କହିଥିଲେ, ‘ଆପଣ ସେହି ଏକମାତ୍ର ଜୀବନକୁ କେମିତି ଛାଡ଼ିପାରିବେ, ଯାହାକୁ ଆପଣ ଜାଣିଛନ୍ତି? କେମିତି ସେହି କୋର୍ଟରୁ ଅଲଗା ହୋଇପାରିବେ, ଯେଉଁଠି ଆପଣ ଛୋଟବେଳୁ ପ୍ରଶିକ୍ଷଣ ନେଇଆସୁଥିଲେ? ସେହି ଖେଳ, ଯାହା ଆପଣଙ୍କୁ ବିନା ସର୍ତ୍ତରେ ଖୁସି ଏବଂ ଲୁହ ଦେଇଛି। ଏମିତି ଏକ ଖେଳ, ଯେଉଁଥିରେ ଆପଣଙ୍କୁ ପୂରା ପରିବାର ମିଳିଲା। ୨୮ ବର୍ଷର କ୍ୟାରିୟର ଭିତରେ ଫ୍ୟାନ୍‌ମାନେ ଆପଣଙ୍କ ସାଥିରେ ରହିଲେ। ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ଟେନିସ୍‌, ଏବେ ମୁଁ ତୁମକୁ ଅଲ୍‌ବିଦା କହୁଛି’।

ତେବେ ଶାରାପୋଭା ଏହା ସ୍ପଷ୍ଟ କରିନାହାନ୍ତି ଯେ ସେ ଏହି ନିଷ୍ପତ୍ତିକୁ କେବେଠାରୁ କାଯ୍ୟର୍କାରୀ କରୁଛନ୍ତି। ଶେଷ ଥର ସେ ଚଳିତବର୍ଷ ଅଷ୍ଟ୍ରେଲିଆ ଓପନ୍‌ରେ ଖେଳିଥିଲେ। କହି ରଖୁଛୁ, ମାରିଆ ବହୁତ ଲମ୍ବା ସମୟ ଧରି କାନ୍ଧରେ ଆଘାତଜନିତ କଷ୍ଟ ଭୋଗୁଥିଲେ।

SHRAPOVA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.