Below header

ମୌନି ରାୟଙ୍କ ସହ ଏହି ଦୁଇ ଅଭିନେତା ଖେଳିଲେ ଆଗୁଆ ହୋଲି, ଜାଣନ୍ତୁ ଏହା ପଛର ଅସଲ କାରଣ

‘ସୋନୁ କେ ଟିଟୁ କି ସ୍ବୀଟି’ ଫେମ ସନି ସିଂଙ୍କ ଆଗୁଆ ହୋଲି ଖେଳ ନେଇ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ହୋଲିକୁ ଆହୁରି ଅଧିକ ସ୍ପେଶାଲ କରିବା ପାଇଁ ସନି ଏକ ସ୍ପେଶାଲ ଗୀତ ମଧ୍ୟ ପ୍ରସ୍ତୁତ କରିଥିବା ଜଣାଯାଇଛି । ଏହି ଗୀତ ଟିରେ ବରୁଣ ରାୟଙ୍କ ସମେତ ମୌନି ରାୟ ମଧ୍ୟ ତାଙ୍କ ସହ ଅଭିନୟ କରିଛନ୍ତି । ଆଉ ଗୀତ ଟିର ନାଁ ‘ହୋଲି ମେଁ ରଙ୍ଗୋଲି’ ରଖାଯାଇଥିବା ଜଣାଯାଇଛି । ଅତି ଶୀଘ୍ର ଗୀତ ଟିର ଭିଡିଓ ହୋଲି ଅବସରରେ ରିଲିଜ କରାଯିବ ବୋଲି ଜଣାଯାଇଛି । ଗୀତ ଟିର ସୁଟିଂ ସମୟର କିଛି ବିଶେଷ ଦୃଶ୍ୟ ଆମେ ଆଜି ଆପଣଙ୍କ ସାମ୍ନାକୁ ନେଇ ଆସିଛୁ ।

mouni roy

ମୁମ୍ବାଇର ଚଣ୍ଡିବାଲୀ ସ୍ଟୁଡିଓ ଠାରେ ଚାଲିଥିବା ଗୀତର ସୁଟିଂ ସମୟରେ ମୌନି କହିଥିଲେ କି, ଏହା ହେଉଛି ମୋ ଜୀବନର ପ୍ରଥମ ହୋଲି ଗୀତ । ରେମୋ ସାରଙ୍କ ସହ କାମ କରିବାକୁ ନେଇ ସେ ଖୁବ ଉତ୍ସାହିତ ଥିବା ମଧ୍ୟ କହିଥିଲେ । ଅନ୍ୟପକ୍ଷରେ ସନି ସିଂହ କହିଛନ୍ତି କି ସୁଟିଂ ସମୟରେ ପ୍ରତି କଳାକାର ଏମିତି ଖୁସି ଥିଲେ ଯେମିତି ଲାଗୁଥିଲା ସେହି ଦିନ ହିଁ ହୋଲି । ଏହି ଗୀତ ଟିକୁ ଦର୍ଶକ ମାନେ ବି ଭରପୂର ଉପଭୋଗ କରିବେ ବୋଲି ସନି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

mouni roy

କହି ରଖିବା ଉଚିତ ହେବକି ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩ ଡ଼ି’ ନିକଟରେ ହିଁ ରିଲିଜ ହୋଇଛି । ଫିଲ୍ମ ଟିକୁ ଦର୍ଶକ ମାନେ ବି ଖୁବ ପସନ୍ଦ କରିଥିବା ଜଣାଯାଇଛି । ରେମୋଙ୍କ ଏହି ସିନେମାରେ ବରୁଣ ଧାୱନ ଓ ଶ୍ରଦ୍ଧା କାପୁର ମୁଖ୍ୟ ଭୂମିକା ନିଭେଇଥିଲେ । ଚଳିତ ବର୍ଷ ରେମୋ ‘ଡାନସିଂଗ ଡେଡ଼’ ନାମକ ଏକ ଫିଲ୍ମ ଆଗକୁ ପ୍ରସ୍ତୁତ କରିବା ନେଇ ଲକ୍ଷ ରଖିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.