ଭାରତ-ଆମେରିକା ମଧ୍ୟରେ ଆଜି ୨+୨ ଆଲୋଚନା ହେବ

ନୂଆଦିଲ୍ଲୀ (କେନ୍ୟୁଜ୍) : ଭାରତ-ଆମେରିକା ମଧ୍ୟରେ ଆଜି ୨+୨ ଆଲୋଚନା ହେବ। ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଭାରତ ପହ଼ଞ୍ଚିଛନ୍ତି। ଭାରତ-ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ଆଲୋଚନାରେ ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କକୁ ମଜବୁତ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି।

2+2ଟୁ ପ୍ଲସ ଟୁ ଆଲୋଚନା ନେଇ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକରେ ନିଷ୍ପତ୍ତି ହୋଇଥିଲା। ଆଲୋଚନାରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଭାଗ ନେବେ।

Leave A Reply

Your email address will not be published.