Below header

୪୭୦ କେଜି ଲହୁଣୀରେ ପ୍ରସ୍ତୁତ ଭଗବାନ ଶ୍ରୀ କୃଷ୍ଣଙ୍କ ବିଶାଳ ମୂର୍ତ୍ତି

माखन माखन हुआ सब और। माखन में ढले खुद माखन चोर : ମାଖନ୍ ମାଖନ୍ ହୁଆ ସବ୍ ଔର୍, ମାଖନ ମେ ଢଲେ ଖୁଦ୍ ମାଖନ ଚୋର୍ ।

ମୁମ୍ବାଇ : ଶାଶ୍ବତ ଏବଂ ଅମର ହେଉଛି ଭଗବାନ୍ ଶ୍ରୀ କୃଷ୍ଣଙ୍କର ଲହୁଣୀ ଚୋରୀର କାହାଣୀ । କାରଣ କୃଷ୍ଣଙ୍କୁ ଲହୁଣୀ ଖୁବ୍ ପସନ୍ଦ ଏବଂ ସେ ଏହାକୁ ଖାଇବା ପାଇଁ ବିଭିନ୍ନ ଉପାୟରେ ଚୋରୀ କରୁଥିଲେ । ତେଣୁ ଭଗବାନ୍ ଶ୍ରୀ କୃଷ୍ଣଙ୍କ ଏହି ପ୍ରକୃତି ପ୍ରତି ସମ୍ମାନ ପ୍ରଦର୍ଶନ କରି ମୁମ୍ବାଇର ଇପଫିନିଟି ମଲ୍ ନିକଟରେ ତିଆରି ହୋଇଛି ବିଶ୍ବର ସବୁଠାରୁ ବିଶାଳ କୃଷ୍ଣ ମୂର୍ତ୍ତି । ଯାହାକୁ ୪୭୦ କେଜି ଲହୁଣୀରେ ତିଆରି କରାଯାଇଛି ।

ନିରନ୍ତର ୭୦ ଘଂଟା ପରିଶ୍ରମ କରି ଭଗବାନ୍ ଶ୍ରୀକୃଷ୍ଣଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ଛିଡା କରିଛନ୍ତି ଦକ୍ଷ କଳାକାର । ତେବେ ଲହୁଣୀରେ ପ୍ରସ୍ତୁତ ଏହି ମୂର୍ତ୍ତି ରଖିବା ପାଇଁ କାଚ ଘର ଭିତରର ତାପମାତ୍ରା ରହିଛି ୯ ଡିଗ୍ରୀ ସେଲସିୟସ୍ । ଭଗବାନ ଶ୍ରୀକୃଷ୍ଣଙ୍କର ଏହି ମୂର୍ତ୍ତିକୁ ଦେଖିବା ପାଇଁ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଭିଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.