Below header

ଜାତୀୟ ଜୁନିଅର ରଗବୀ ଚାମ୍ପିଅନସିପ୍-୨୦୧୮ : ବାଳିକା ବିଭାଗର ପ୍ରଥମ ମ୍ୟାଚରେ କିସର ବୃହତ ବିଜୟ

ବାରିପଦା (କେନ୍ୟୁଜ୍) : ଜାତୀୟ ଜୁନିଅର ରଗବୀ ଚାମ୍ପିଅନସିପ୍-୨୦୧୮ ବାଳିକା ବିଭାଗର ପ୍ରଥମ ମ୍ୟାଚରେ କିସର ବୃହତ ବିଜୟ। ଚଣ୍ଡୀଗଡ଼କୁ ୫୬-୦ରେ ପରାସ୍ତ କଲା କିସ୍। ସ୍ଥାନୀୟ ଆଇନ ମହବିଦ୍ୟାଳୟରେ ଚାମ୍ପିଅନସିପର ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ବାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ଚାମ୍ପିଅନସିପ ଟ୍ରଫି ଉନ୍ମୋଚନ କରିଛନ୍ତି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ମୟୂରଭଞ୍ଜ ଜିଲ୍ଲା ରଗବୀ ଦଳ ଫୁଟବଲ ଆସୋସିଏସନ ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ବାରିପଦାରେ ଏହି ଚାମ୍ପିଅନସିପ ଆୟୋଜିତ ହେଉଛି ।

ଦେଶର ୨୦ଟି ରାଜ୍ୟରୁ ୩୦ଟି ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨୦ଟି ପୁରୁଷ ଦଳ ୧୦ଟି ମହିଳା ଟିମ୍ । ଓଡ଼ିଶାରୁ କିସ୍ ସମେତ ଭୁବନେଶ୍ୱର ରଗବୀ ଦଳ ଓ ମୟୂରଭଞ୍ଜ ରଗବୀ ଦଳ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଆସନ୍ତା ୯ ତାରିଖ ପର‌୍ୟ୍ୟନ୍ତ ଚାମ୍ପିଅନସିପ୍ ଚାଲିବ । ଏଥିସହ ଭାରତୀୟ ମହିଳା ରଗବୀ ଦଳ ଆସନ୍ତା ୧୦ ତାରିଖ ଯାଏଁ ବାରିପଦାରେ ପ୍ରଶିକ୍ଷଣ ନେବାର କାର‌୍ୟ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.