Below header

ମହିଳା ଏବଂ ପୁରୁଷଙ୍କ ବିବାହ ବୟସ ଏକା ସମାନ କରିବା ପିଟିସନରେ ଆଜି ହେବ ଶୁଣାଣୀ

ଭାରତୀୟ ମହିଳା ଏବଂ ପୁରୁଷଙ୍କ ପାଇଁ ବିବାହ ବୟସକୁ ଏକା ସମାନ କରିବା ଦାବିରେ ଏକ ଜନହିତ ପିଟିସନ ଦାଖଲ କରାଯାଇଛି। ଭାଜପା ନେତା ଏବଂ ଓକିଲ ଅଶ୍ବିନୀ କୁମାର ଉପାଧ୍ୟରୟଙ୍କର ଏହି ପିଟିସନ ଉପରେ ଆଜି ଶୁଣାଣି ହେବ।

ଉପସ୍ଥାପନା କରାଯାଇଥିବା ପିଟିସନରେ କୁହାଯାଇଛି ଦେଶରେ ବିବାହ ପାଇଁ ବୟସର ନିର୍ଦ୍ଧାରଣ କରାଯାଇଛି। ଏହି ବ୍ୟବସ୍ଥା ସମ୍ବିଧାନରେ ଦିଆଯାଇଥିବା ସମାନତା ଅଧିକାର ଏବଂ ମହିଳାଙ୍କ ଗରୀମାର ବିରୁଦ୍ଧ ଅଟେ। ଏଥିପଇଁ ଏହି ବ୍ୟବସ୍ଥାକୁ ଶେଷ କରିବା ପାଇଁ ବିବାହ ବୟସକୁ ଏକା ସମାନ କରାଯାଉ।

ଏହାସହ ପଢ଼ନ୍ତୁ : ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୧୦ଟି ଗୁରୁତ୍ବପୂର୍ଣ୍ଣ ବୁଝାମଣାରେ କଲେ ସ୍ବାକ୍ଷର

ପିଟିସନରେ ଏହା କୁହାଯାଇଛି ବର୍ତ୍ତମାନ ଥିବା ବ୍ୟବସ୍ଥାରେ ବିବାହର ନ୍ୟୁନତମ ବୟସ ପୁରୁଷଙ୍କ ପାଇଁ ୨୧ ବର୍ଷ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ରଖାଯାଇଛି। ଏମିତି ଇଣ୍ଡିଆନ ଖ୍ରିଷ୍ଟିୟାନ ମ୍ୟାରେଜ୍ ଆକ୍ଟ, ପାରସୀ ମ୍ୟାରେଜ ଆକ୍ଟ ଆଣ୍ଡ ଡିଭର୍ସ ଆକ୍ଟ, ସ୍ପେଶାଲ ମ୍ୟାରେଜ ଆକ୍ଟ, ହିନ୍ଦୁ ମ୍ୟାରେଜ ଆକ୍ଟ, ବାଳ ବିବାହକୁ ରୋକିବା ଅଧିନିୟମର ବିଭିନ୍ନ ଆଇନ ପ୍ରାବନ୍ଧନ କାରଣରୁ ହେଉଛି।

ଏହା ମହିଳାଙ୍କ ସହିତ ଭେଦଭାବ ଅଟେ। ଏଥିପାଇଁ ବିବାହ ବୟସ ୧୮ ବର୍ଷ ଅବୈଧ ଘୋଷଣା କରାଯାଉ ବୋଲି ପିଟିସନରେ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.