Below header

କରୋନା ମୁକାବିଲା ନେଇ ଆଜି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫେରେନ୍ସରେ କଥା ହେବେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍‌: ଚିନ୍ତା ବଢାଉଛି ଡିସେମ୍ବର। ୯୧ ଲକ୍ଷ ଟପିଛି ଦେଶର କରୋନା ପଜିଟିଭଙ୍କ ସଂଖ୍ୟା । କିଛି ରାଜ୍ୟରେ ସଂକ୍ରମଣର ଦ୍ୱିତୀୟ ଲହରୀ ଚାଲିଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସବୁଠୁ ଅଧିକ ସଂକ୍ରମଣ ହୋଇଥିବା ୮ ଟି ରାଜ୍ୟ କେରଳ, ପଶ୍ଚିମବଙ୍ଗ, ହରିୟାନା, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ଆଜି ଏହି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଟି ବୈଠକ କରିବେ । ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରଥମ ବୈଠକ ଏହି ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସକାଳ ୧୦ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ହେବ । ଦ୍ୱିତୀୟ ବୈଠକ ଦିନ ୧୨ଟାରେ ଆରମ୍ଭ ହେବ । ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବା ପ୍ରତିନିଧି ସାମିଲ ହେବେ । ଏହି ବୈଠକରେ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ ବଣ୍ଟନ ନେଇ ଆଲୋଚନା କରାଯିବ । କରୋନା ଟିକା ବିତରଣ ନେଇ କିଭଳି ରଣନୀତି ପ୍ରସ୍ତୁତ କରାଯିବ ତା ଉପରେ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.