Below header

ଦିଲଦାରର ହୃଦୟ ବିଦାରକ କାଣ୍ଡ: ସ୍ତ୍ରୀକୁ ମାରି କଲା ୧୨ ଖଣ୍ଡ, କୁକୁରଙ୍କୁ ଖାଇବାକୁ ଦେଲା ମାଂସ

ଝାଡଖଣ୍ଡ : ଦିଲଦାରର ଦର୍ଦନାକ୍‌ କାଣ୍ଡ । ସ୍ତ୍ରୀକୁ ମାରି ୧୨ ଖଣ୍ଡ । ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡର ହେଲା ପୁନରାବୃତ୍ତି । ଝାଡଖଣ୍ଡ ସାହେବଗଞ୍ଜ ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟା । ଜଣେ ୨୨ ବର୍ଷୀୟ ଆଦିବାସୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଦିଲଦାର ଅଂସାରୀ ହତ୍ୟା କରି ୧୨ ଖଣ୍ଡ କରିଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ଅଭିଯୁକ୍ତ ସ୍ୱାମୀ ଦିଲଦାରକୁ ଗିରଫ କରିଛି ପୋଲିସ୍‌ । ମୃତ ମହିଳା ହେଲେ ରୁବିନା ପାହାଡିନ୍‌ । ରୁବିନାଙ୍କୁ ହତ୍ୟା କରିବା ପରେ ରୁବିନାଙ୍କ ମାଂସ ଖଣ୍ଡକୁ କୁକୁରଙ୍କୁ ଖାଇବାକୁ ଦେଇଥିଲା ଦିଲଦାର ।

ରୁବିକା ଦିଲଦାରଙ୍କ ଦ୍ୱିତୀୟ ପତ୍ନୀ । ବିବାହ କରିବା ପରେ ରୁବିକା ଓ ଦିଲଦାର ବେଲଟୋଲା ସ୍ଥିତ ଘରେ ରହୁଥିଲେ । ପ୍ରାୟ ଦୁଇ ବର୍ଷ ହେବ ଉଭୟ ଏକାଠି ରହୁଥିଲେ । ପୋଲିସ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ସନ୍ଥାଲି ମୋମିନ ଟୋଲ ନିକଟସ୍ଥ ଏକ ଘର ଓ ତା’ ଆଖପାଖ ଅଞ୍ଚଳରୁ ମହିଳାଙ୍କ ମର ଶରୀର ୧୨ ଖଣ୍ଡ ଜବତ ହୋଇଛି । ତେବେ ମହିଳାଙ୍କ ବେକର ଉପର ଭାଗ ଅଂଶ ଓ ମୁଣ୍ଡ ମିଳିନି । ପୁଲିସ ତା’ର ସନ୍ଧାନ ଜାରି ରଖିଛି । ଏହାସହ ଅଭିଯୁକ୍ତଙ୍କ ସ୍ୱାମୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

ରାଜସ୍ଥାନରେ ବି ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡର ହୋଇଥିଲା ପୁନରାବୃତ୍ତି:

ଖୁଡ଼ିକୁ ୧୦ଖଣ୍ଡ କରିଥିଲା ପୁତୁରା । ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ରାଜସ୍ଥାନରେ ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଖୁଡ଼ିକୁ ହତ୍ୟା କରି ମାର୍ବଲ କଟରରେ ମୃତଦେହକୁ ୧୦ଖଣ୍ଡ କରି କାଟି ଜଙ୍ଗଲର ବିଭିନ୍ନ ସ୍ଥାନରେ ପକାଇଥିଲା ପୁତୁରା । ଅଭିଯୁକ୍ତ ଅନୁଜ ଶର୍ମାକୁ ଗିରଫ କରିଥଲା ପୋଲିସ୍ । ଜୟପୁର ବିଦ୍ୟାଧରନଗର ଅଞ୍ଚଳର ଲାଲ୍‌ପୁରିଆ ଆପାର୍ଟମେଣ୍ଟର ସେକ୍ଟର -୨ର ଘଟଣା । ଖୁଡ଼ି ସରୋଜ ଶର୍ମାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଅନୁଜ ସରୋଜଙ୍କ ପାଖେ ରହି ତାଙ୍କର ଯତ୍ନ ନେଉଥିଲା ।

ସରୋଜଙ୍କ ଅନୁଜର ବିଭିନ୍ନ ନିଷ୍ପତ୍ତିରେ ହସ୍ତକ୍ଷେପ ଅନୁଜକୁ ପସନ୍ଦ ନଥିଲା । ତେବେ ଡିସେମ୍ବର ୧୧ରେ ସେ ଦିଲ୍ଲୀ ଯିବାର ଥିଲା ଖୁଡ଼ି ଏନେଇ ଅନୁମତି ନଦେବାରୁ ଖୁଡିକୁ ହାତୁଡିରେ ପିଟି ମାରିଥିବା ଏବଂ ପରେ ଶରୀରକୁ ୧୦ଖଣ୍ଡ କରି ଜଙ୍ଗଲରେ ଫୋପାଡିଥିବା କହିଥିଲା ଅଭିଯୁକ୍ତ । ଅନୁଜ କିଚେନରେ ରକ୍ତ ଦାଗ ଧୋଉଥିବା ବେଳେ ସରୋଜଙ୍କ ଝିଅ ହାତରେ ଧରା ପଡିଥିଲେ । ସରୋଜଙ୍କ ଝିଅ ଥାନାରେ ଅନୁଜ ବିରୁଦ୍ଧରେ ଏତଲା ଦେବା ପରେ ପୋଲିସ ଅନୁଜକୁ ହାଜତକୁ ନେଇ ଜେରା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.