ସିରିଆ ଉପରେ ତୁର୍କୀର ଆକ୍ରମଣ, ଘର ଛାଡ଼ି ଭୟରେ ପଳାଇଗଲେ ଲକ୍ଷାଧିକ ଲୋକ

ନୂଆଦିଲ୍ଲୀ : ସିରିଆ ସୀମାନ୍ତରୁ ଭୟରେ ଘର ଛାଡ଼ିଲେ ଲକ୍ଷାଧିକ ଲୋକ । କାରଣ ତୁର୍କୀ ସୈନ୍ୟମାନେ ଆକ୍ରମଣ କରିଛନ୍ତି । ଶନିବାର ଦିନ ତୁର୍କୀ ସେନା ରାସ ଅଲ ଆୟନ ଅଞ୍ଚଳରେ ପଶି ଆକ୍ରମଣ କରିବା ଫଳରେ ଏଠାକାର ଲୋକମାନେ ନିଜ ଘର, ଦୋକାନ ବଜାର ଛାଡ଼ି ପଳାଇ ଯାଇଛନ୍ତି । ଗତ ବୁଧବାର ଠାରୁ ତୁର୍କୀ ପକ୍ଷରୁ ଏହି ଆକ୍ରମଣ ଆରମ୍ଭ ହୋଇଛି । ଯାହାକୁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ଅନ୍ୟ ବହୁ ଦେଶ ନିନ୍ଦା କରିଛନ୍ତି ।

ବିଶେଷଜ୍ଞମାନଙ୍କ ମତରେ ତୁର୍କୀର ଏଭଳି କାର୍ଯ୍ୟାନୁଷ୍ଠାନ ସିରିଆରେ ଆଇଏସ୍‌ଆଇଏସ୍‌ ସଂଗଠନକୁ ପୁଣି ସକ୍ରିୟ ହେବାରେ ସହାୟକ ହେବ । ସେପଟେ କୁର୍ଦମାନଙ୍କ ବିରୋଧରେ ଅଭିଯାନ ଚଳାଇଥିବା ତୁର୍କୀ ଏହା ତାର ଏକ ବଡ଼ ବିଜୟ ବୋଲି କହିଛି । ସେମାନେ କୁର୍ଦ ସୈନ୍ୟମାନଙ୍କୁ ଘଉଡ଼ାଇ ଦେଇଥିବା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.