ଜମ୍ମୁ-କାଶ୍ମୀର: କୁଲ୍‌ଗାମରେ ସେନାକୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିପାତ; ସର୍ଚ୍ଚ ଅପରେସନ ଜାରି

ଜମ୍ମୁ-କାଶ୍ମୀରର କୁଲ୍‌ଗାମରେ ଭାରତୀୟ ସେନାର ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏଠାରେ ସେନା ଏନ୍‌କାଉଣ୍ଟର କରି ୨ ଆତଙ୍କବାଦୀଙ୍କୁ ନିପାତ କରିଛି। ଜିଲ୍ଲାର କୁଜ୍ଜର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଅପରାହ୍ନରୁ ହିଁ ଗୁଳି ବିନିମୟ ଜାରି ରହିଥିଲା। ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ସେଠାରେ ମୁତୟନ ଥିଲେ।

ଏ ସମ୍ପର୍କରେ କାଶ୍ମୀର ଜୋନ୍‌ର ପୋଲିସ କହିଛି ଯେ ସେନାର ଯବାନମାନେ ଏହି ଅପରେସନରେ ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଗୁଳି ବିନିମୟ ସ୍ଥାନରୁ ଆତଙ୍କବାଦୀଙ୍କ ମୃତଦେହ ଠାବ କରାଯାଉଛି। ଏହା ସହିତ ଅଞ୍ଚଳକୁ ଚାରିପଟୁ ଘେରି ସର୍ଚ୍ଚ ଅପରେସନ ମଧ୍ୟ ଚଲାଯାଇଛି।

ସେପଟେ ଜମ୍ମୁ ଡିଭିଜନର ରାଜୋରୀରେ ସୁରକ୍ଷା ବାହିନୀଙ୍କ ଅପରେସନ ମଧ୍ୟ ଲଗାତାର ଜାରି ରହିଛି। ସୁରକ୍ଷା ବାହିନୀଙ୍କୁ ରବିବାର ସୂଚନା ମିଳିଥିଲା ଯେ ରାଜୋରୀ ଜିଲ୍ଲାରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଏହାପରେ ଯବାନମାନେ ପୋଲିସ ସହ ମିଶି ସେଠାରେ ମିଳିତ ଅପରେସନ ଚଳାଇଛନ୍ତି।

ତେବେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଆତଙ୍କବାଦୀମାନେ ସୁରକ୍ଷା ବଳୟକୁ ଭାଙ୍ଗିବାକୁ ଉଦ୍ୟମ କରି ଗୁଳି ଚଳାଇଥିଲେ। ଏଥିରେ ୩ ଜଣ ଯବାନ ଆହତ ହୋଇଥିଲେ। ଆହତ ୩ ଯବାନଙ୍କ ମଧ୍ୟରୁ ୨ ଜଣ ସ୍ପେଶାଲ ଫୋର୍ସର ହୋଇଥିବା ବେଳେ ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.