ମହାରାଷ୍ଟ୍ରରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ୪ ଜଣଙ୍କର ମୃତ୍ୟୁ, ୧୫୦ ମେଣ୍ଢା ମୃତ

ମହାରାଷ୍ଟ୍ରରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଟ୍ରକ ପରସ୍ପର ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ୪ ଜଣଙ୍କ ଜୀବନ । ଘଟଣାରେ ୧୫୦ ମେଣ୍ଢା ମରିଥିବା ଖବର ମିଳିଛି ।

ମହାରାଷ୍ଟ୍ରର ହିଙ୍ଗୋଲେି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଟ୍ରକ ପରସ୍ପର ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ମେଣ୍ଢା ମରିଛନ୍ତି । ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣା ସକାଳ ୪ଟାରେ ନାଦେଡ-କଲମନୁରୀ ରାସ୍ତାରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ହେବାର କିଛି ସମୟ ପରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

କଲମନୁରୀ ପୋଲିସ ନିରୀକ୍ଷକ ସୂଚନାନୁସାରେ, ମେଣ୍ଢାକୁ ନେଇ ଯାଉଥିବା ଏକ ଟ୍ରକ, ଟାଇଲ ନେଇ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ଏଥିରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ମେଣ୍ଢା ମରିଛନ୍ତି । ଦୁର୍ଘଟଣାରେ ମରିଥିବା ବ୍ୟକ୍ତି ମେଣ୍ଢା ନେଇ ଯାଉଥିଲେ ।

ଦୁର୍ଘଟଣାରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରକକୁ ରାସ୍ତାରୁ ହଟାଇବା ସହିତ ଯାତାୟତ ପାଇଁ ସୁବିଧା କରିଥିଲେ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ନାଗପୁରରୁ ଏକ ଯାତ୍ରୀବାହୀ ବସ୍‌ ପୁଣେରୁ ମେହକର ଅଞ୍ଚଳ ଅଭିମୁଖେ ଯାଉଥିଲା। ମାତ୍ର ବସ୍‌ଟି ବୁଲଢ଼ନା ନିକଟରେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେଇଥିଲା। ଧକ୍କା ପରେ ବସ୍‌ର କାଚ ଭାଙ୍ଗି ଯାଇଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.