Below header

ଏ ସମ୍ପର୍କ ଯୁଗ ଯୁଗର , ଜାତିଧର୍ମକୁ ପଛରେ ପକାଇ ଦୁଇ ମହିଳା ପରସ୍ପରର ସ୍ବାମୀଙ୍କୁ ଦେଲେ କିଡନି

ମୁମ୍ବାଇ : ସମ୍ପର୍କ କେବଳ ରକ୍ତର ହେବ ବୋଲି ମାନେ ନଥାଏ ଅଚିହ୍ନା ଅଲୋଡା ମଣିଷ ମଧ୍ୟ କେତେବେଳେ ଯେ ପରସ୍ପରର ଅତି ନିବିଡ ହୋଇଯାଆନ୍ତି ଏବଂ ପରସ୍ପରର ଜୀବନ ରକ୍ଷା କରିବା ଭଳି ସାହାର୍ଯ୍ୟ କରନ୍ତି ତାହା କହିବା ଅସମ୍ଭବ ନୁହେଁ। ଆଜିକାଲି ଦୁନିଆରେ ନିଜର ଲୋକ ମାନେ ସମ୍ପର୍କର ମାନେ ବୁଝୁନଥିବାବେଳେ ଏମିତି ଏକ ବିରଳ ଘଟଣା ଘଟିଛି ଯେଉଁଠି ଦୁଇ ଜଣ ମହିଳା ପରସ୍ପରକୁ ଏପରି ସାହାର୍ଯ୍ୟ କରିଛନ୍ତି ଯେଉଁ ସାହାର୍ଯ୍ୟର ମୂଲ୍ୟ ଅତୁଳନୀୟ । ଆଜ୍ଞା ହଁ ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାରେ ଅଜଣା ଅଚିହ୍ନା ହୋଇ ବି ଭିନ୍ନ ସମ୍ପ୍ରଦାୟର ଦୁଇ ଜଣ ମହିଳା ପରସ୍ପରର ସ୍ବାମୀଙ୍କ ପାଇଁ ନିଜର କିଡନି ଦାନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାନୁଯାୟୀ ବିହାରର ୫୩ ବର୍ଷିୟ ରାମସ୍ବାର୍ଥ ଯାଦବ ଏବଂ ୫୧ ବର୍ଷିୟ ଥାନେର ନଦିମ୍ ନିଜର କିଡନି ଜନିତ ସମସ୍ୟାର ଚିକିତ୍ସା ପାଇଁ ମୁମ୍ବାଇର ସୈଫି ହସ୍ପିଟାଲକୁ ଆସିଥିଲେ। ଉଭୟ ପରସ୍ପର ପ୍ରତି ଅଜଣା ହୋଇଥିଲେ ମଧ୍ୟ ସମୟକ୍ରମେ ସେମାନେ ପରସ୍ପରର ଅତି ନିବିଡ଼ ହୋଇଯାଇଥିଲା।

ଦୀର୍ଘ ଚାରିବର୍ଷ ଧରି ଡାଇଲିସିସ୍ କରି ଆସୁଥିବା ନଦିମଙ୍କର ବୃକକ୍ ପ୍ରତିରୋପଣ ନିହାତି ଜରୁରୀ ହୋଇପଡ଼ିଥିଲା। ରାମସ୍ବାର୍ଥଙ୍କର ମଧ୍ୟ ବୃକକ୍ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ନଦିମଙ୍କର ରକ୍ତ ସହ ସାଙ୍ଗରେ ତାଙ୍କ ପତ୍ନୀ ନଜରିନ୍ ପଟେଲଙ୍କର ମେଳ ହୋଇନଥିଲା। ସେହିପରି ରାମସ୍ବାର୍ଥଙ୍କ କ୍ଷେତ୍ରରେ ଠିକ୍ ସମାନ ପରସ୍ଥିତି ଥିଲା । ତାଙ୍କ ସହିତ ମଧ୍ୟ ପତ୍ନୀ ସତ୍ୟଦେବୀଙ୍କର ରକ୍ତ ଖାପ ଖାଇନଥିଲା। ତେଣୁ ସେମାନଙ୍କ ବୃକକ୍ ସ୍ବାମୀଙ୍କ କାମରେ ଲାଗିପାରିବନି ବୋଲି ଦୁହେଁ ନିରାଶ ହୋଇପଡ଼ିଥିଲେ। ଏହା ପରେ ଉଭୟ ବହୁ ଚେଷ୍ଟା କରି ବିଫଳ ହେବାପରେ ଏକ ଚମତ୍କାରିତା ଘଟିଥିଲା । ଯେଉଁଥିରେ ନଦିମଙ୍କ ରକ୍ତ ସହ ସତ୍ୟଦେବୀଙ୍କର ଏବଂ ରାମସ୍ବାର୍ଥଙ୍କ ରକ୍ତ ସହ ନଜରିନଙ୍କର ମେଳ ଖାଉଥିବା ଡାକ୍ତର କହିଥିଲେ। ଏହାପରେ ନଜରିନ୍ ଓ ସତ୍ୟଦେବୀ କିଛି ଆଗପଛ ନ ବିଚାରି ପରସ୍ପରର ସ୍ବାମୀଙ୍କୁ ବୃକକ୍ ଦେବା ପାଇଁ ରାଜି ହୋଇଥିଲେ। ତେବେ ସୂଚନା ଅନୁସାରେ ରାମସ୍ବାର୍ଥ ଏବଂ ନଦିମଙ୍କ ଠାରେ ସଫଳତାର ସହ ବୃକକ୍ ପରିରୋପଣ ହୋଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.