ମିସ୍ ଇଣ୍ଡିଆ ଇଲାଇଟ୍ ସମ୍ମାନ ପାଇଲେ ଓଡିଆ ଝିଅ ମୈତ୍ରୀ ମୋନାଲି ପ୍ରଧାନ

ମିସ୍ ଇଣ୍ଡିଆ ଇଲାଇଟ୍ ସମ୍ମାନ ପାଇଲେ ଓଡିଆ ଝିଅ ମୈତ୍ରୀ ମୋନାଲି ପ୍ରଧାନ । ପୁରୀ ଜିଲ୍ଲା ଅସ୍ତରଙ୍ଗର ଝିଅ ମୈତ୍ରୀ । ନୂଆଦିଲ୍ଲୀର ରୁବାରୁ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ରବିବାର ସନ୍ଧ୍ୟା ସମୟରେ ଆୟୋଜିତ ହୋଇଥିବା ଏହାର ଗ୍ରାଣ୍ଡ ଫିନାଲେରେ ମୈତ୍ରୀ ସାରା ଦେଶର ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ୱିନରର ତାଜ୍ ପିନ୍ଧିଛନ୍ତି । ପୂର୍ବତନ ସେନା ଅଧିକାରୀ ଭଗବାନ ପ୍ରଧାନ ଏବଂ ପ୍ରତିଭା ପ୍ରଧାନଙ୍କ ଝିଅ ମୈତ୍ରୀ ୨୦୧୮ରେ ବ୍ୟାଙ୍କକରେ ଆୟୋଜିତ ମୋଷ୍ଟ ଟିନ୍ ଟ୍ୟାଲେଣଣ୍ଟେଡ ଗାର୍ଲ ଅଫ୍ ୱାଲ୍ଡ ,ବେଷ୍ଟ ଡଟର ଅଫ୍ ଇଣ୍ଡିଆ ସମ୍ମାନର ମଧ୍ୟ ପାଇଥିଲେ । ଏହାବ୍ୟତିତ ୨୦୧୬ରେ କିଟ୍ ନହ୍ନିପରୀ ଆୱାର୍ଡ ମଧ୍ୟ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.