Below header

ମଣିପୁର ଆକାଶରେ ଦେଖାଗଲା ଅଜ୍ଞାତ ବସ୍ତୁ, ୩ ଘଣ୍ଟା ପର୍ଯ୍ୟନ୍ତ ଉଡ଼ିପାରିଲାନି କୌଣସି ବିମାନ

ରବିବାର ମଧ୍ୟାହ୍ନରେ ଏକ ଅଜ୍ଞାତ ବସ୍ତୁ ଉଡୁଥିବାର ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ଏହି କାରଣରୁ ଉଡାଣ ସେବାରେ ସାମାନ୍ୟ ବାଧାପ୍ରାପ୍ତ ହୋଇଛି ।

ଆକାଶରେ ଦେଖାଗଲା ଅଜ୍ଞାତ ବସ୍ତୁ…
ବିମାନ ବନ୍ଦରରେ ଉଡିଲା ୟୁଏଫଓ…
ଫଳରେ ତିନି ଘଣ୍ଟା ବାଧାପ୍ରାପ୍ତ ହେଲା ବିମାନ ସେବା…

ମଣିପୁରର ରାଜଧାନୀ ଇମ୍ଫାଲର ବିଟିଆଇ ଏୟାରପୋର୍ଟରେ ଅଚାନକ ଖେଳିଗଲା ଭୟର ବାତାବରଣ । ରବିବାର ମଧ୍ୟାହ୍ନରେ ଏକ ଅଜ୍ଞାତ ବସ୍ତୁ ଉଡୁଥିବାର ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ଏହି କାରଣରୁ ଉଡାଣ ସେବାରେ ସାମାନ୍ୟ ବାଧାପ୍ରାପ୍ତ ହୋଇଛି । କୁହାଯାଉଛି ଯେ ଇମ୍ଫାଲ ଏୟାରପୋର୍ଟରେ ୟୁଏଫଓ ଦେଖାଯିବା କାରଣରୁ ଦୁଇଟି ବିମାନର ଉଡାଣକୁ ଡାଇଭର୍ଟ କରାଯାଇଛି । ଏବଂ ଅନ୍ୟ ତିନୋଟି ଉଡାଣ ବିଳମ୍ବରେ ହୋଇଛି । ଏହି ୟୁଏଫଓ ପାଇଁ ପ୍ରାୟ ତିନି ଘଣ୍ଟା ଧରି ବିମାନ ସେବା ବାଧାପ୍ରାପ୍ତ ହୋଇ ରହିଥିଲା । ଏହି ସମୟରେ ଏୟାରପୋର୍ଟରେ ନା କୌଣସି ବିମାନ ଉଡିଲା ନା କୌଣସି ବିମାନ ଲ୍ୟାଣ୍ଡ୍‌ କଲା । ତିନି ଘଣ୍ଟା ପରେ ଯାଇ ସେବା ସାମାନ୍ୟ ହୋଇପାରିଲା ।

ଏୟାରପୋର୍ଟର ନିର୍ଦ୍ଦେଶକ ଜାରି କରିଥିବା ନିଜ ବୟାନରେ କହିଛନ୍ତି ଯେ ଇମ୍ଫାଲ ନିୟନ୍ତ୍ରିତ ବିମାନ କ୍ଷେତ୍ର ଭିତରେ ଦିନ ୨.୩୦ ମିନିଟ୍‌ ଠାରୁ ତିନି ଘଣ୍ଟା କୋଡିଏ ମିନିଟ୍‌ ପର୍ଯ୍ୟନ୍ତ ବିମାନ ସେବା ସସପେଣ୍ଡ୍‌ ରହିଥିଲା । ଏହି ୟୁଏଫଓର ଯାଞ୍ଚ୍‌ ପରେ ସନ୍ଧ୍ୟାରେ ବିମାନ ସେବା ସମାାନ୍ୟ ହୋଇପାରିଲା ।

ଅଧିକାରୀ ଜଣଙ୍କ କହିଛନ୍ତି ଯେ ଇମ୍ଫାଲ କଣ୍ଟ୍ରୋଲ ଏରିଆ ଭିତରେ ୟୁଏଫଓ ଦେଖାଯିବା ପରେ ଦିଲ୍ଲୀ ଏବଂ ଗ୍ଵାହାଟୀର ଦୁଇଟି ଉଡାଣକୁ ଡାଇଭର୍ଟ କରିଦିଆଗଲା । ଏବଂ ଅଗରତାଲା, ଗ୍ଵାହାଟୀ ଏବଂ କୋଲକାତା ଯାଉଥିବା ତିନୋଟି ଉଡାଣରେ ବିଳମ୍ବ ହେଲା ।
ତେବେ ଯାହା ସୂଚନା ରହିଛି ୟୁଏଫଓକୁ ଏୟାରପୋର୍ଟ ଅଥରିଟୀ ଅଫ୍‌ ଇଣ୍ଡିଆର ଜବାନ ଏଏଆଇ ଏବଂ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଏଟିସି ଏବଂ ବ୍ୟକ୍ତିଗତ ଏୟାରଲାଇନର ପାଇଲଟ୍‌ ଦ୍ୱିପହର ୨,୨୦ମିିନିଟରେ ଉଡାଣ ଭରିବା ପୂର୍ବରୁ ଦେଖିଥିଲେ । ଏହି ଅଜ୍ଞାତ ବସ୍ତୁର ଚିହ୍ନଟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବର୍ତ୍ତମାନ କୌଣସି ସ୍ପଷ୍ଟୀକରଣ କରାଯାଇପାରିନି । କିନ୍ତୁ ସୂଚନା ରହିଛି ଯେ ସିଲଙ୍ଗ ସ୍ଥିତ ଭାରତୀୟ ବାୟୁ ସେନାର ପୁର୍ବ କମାଣ୍ଡଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.