ମଧ୍ୟପ୍ରଦେଶସ୍ଥିତ ଉଜ୍ଜୟେନ ମନ୍ଦିର ପରିସରରେ ଲାଗିଲା ଭୟଙ୍କର ନିଆଁ ଲାଗି ବିପୁଳ ପରିମାଣର ସାମଗ୍ରୀ ନଷ୍ଟ

ଉଜ୍ଜନର ବିଖ୍ୟାତ ମହାକାଳ ମନ୍ଦିର ପରିସରରେ ଗୁରୁବାର ରାତିରେ ଭୟଙ୍କର ନିଆଁ ଲାଗିଥିବା ଜଣାଯାଇଛି । ଦେଖୁ ଦେଖୁ ନିଆଁ ମାଡିଯାଇଥିଲା । ଯାହା ଫଳରେ ଚାରୀ ଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା । ସୂଚନାରୁ ଯାହା ଜଣା ଯାଇଛି ନିଆଁ ନାଗଚନ୍ଦରଶ୍ବର ମନ୍ଦିରର ତଳ ପାଖରେ ଲାଗିଥିଲା । ଏହିସ୍ଥାନରେ ଫୋଲଡିଂଗ ବ୍ରିଜ କାମ ଚାଲିଥିଲା । ଏଠାରେ ୱେଲଡିଙ୍ଗ ହେଉଥିବା ସମୟରେ ଏହା ଠାରୁ ନିଆଁ ଝୁଲା ଛିଟିକି ନିଆଁ ବ୍ୟାପି ଯାଇଥିଲା । କହିରଖିବା ଉଚିତ ହେବକି ଗୁରୁବାର ବିଳମ୍ବିତ ରାତିରେ ମହାକାଳଙ୍କ ଶୟନ ଆରତୀର ଠିକ ପୂର୍ବରୁ ହିଁ ଏହି ନିଆଁ ଲାଗିଥିବା ନେଇ ଜଣାଯାଇଛି । ସେଠାରେ କାମ କରୁଥିବା ଲୋକ ତଥା କିଛି କର୍ମଚାରୀ ସାହସ ଦେଖାଇ ନିଆଁକୁ କାବୁ କରି ନେଇଥିଲେ ।

କହିରଖିବା ଉଚିତ ହେବକି ସେହି ସମୟରେ ମନ୍ଦିର ପରିସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହଜୂତ ଥିଲେ । ନାଗଚନ୍ଚଦ୍ରେଶ୍ୱରଙ୍କ ମନ୍ଦିରରେ ନାଗପଞ୍ଚମୀ ପ୍ରସ୍ତୁତି ଜାରି ରହିଥିଲା । ଏହାର ଦ୍ୱାର ବର୍ଷକୁ ଥରେ ଅର୍ଥାତ ଶ୍ରାବଣ ମାସରେ ହିଁ ଖୋଲିଥାଏ । ଏହି ଦିନ ଏଠାରେ ହଜାର ହଜାର ଭକ୍ତଙ୍କ ସମାବେଶ ମଧ୍ୟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.