ବିଗୁଡ଼ୁଛି ରୁଷ-ୟୁକ୍ରେନ୍‌ ସମ୍ପର୍କ: ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣ ପରେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କଲା ୟୁକ୍ରେନ୍‌

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବାରମ୍ବାର ଖବର ଆସୁଛି ଯେ ୟୁକ୍ରେନ୍‌ରେ ରୁଷ ସୈନ୍ୟ ପ୍ରବେଶ କରିସାରିଲେଣି। କିନ୍ତୁ ଏବେ ଯାଏଁ ଏ ନେଇ ଅଧିକାରିକ ଭାବେ କୌଣସି ସୂଚନା ମିଳି ନାହିଁ। ଇତି ମଧ୍ୟରେ ଅଷ୍ଟ୍ରେଲିଆ ଦାବି କରିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରୁଷ ସେନା ୟୁକ୍ରେନ୍‌ ପରେ ସମ୍ପୂର୍ଣ୍ଣ ଭାବେ ଆକ୍ରମଣ କରିବେ। ଏହି ଦାବି ପରେ ବିଚ୍ଛିନ୍ନତାବାଦୀ ୟୁକ୍ରେନ୍‌ର ସୀମାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।


ଅନ୍ୟପଟେ ରୁଷ ସହ ଯୁଦ୍ଧ ଆଶଙ୍କା ପରେ ୟୁକ୍ରେନ୍‌ ସରକାର ଆସନ୍ତା ୩୦ ଦିନ ପାଇଁ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଏହାକୁ ଆଗକୁ ବୃଦ୍ଧି କରାଯାଇପାରେ।


ରିପୋର୍ଟ ମୁତାବକ, ୟୁକ୍ରେନ୍‌ର ସୁରକ୍ଷା ପରିଷଦ ଜାତୀୟ ଜରୁରୀକାଳୀନ ସ୍ଥିତି ଲଗାଇବା ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଜରୁରୀକାଳୀନ ସ୍ଥିତି ୟୁକ୍ରେନ୍‌ରୁ ଅଲଗା ହୋଇଥିବା ଦୋନେତ୍ସକ ଓ ଲୁହାଂସ୍କରେ ଲାଗୁ ହେବ ନାହିଁ। ଏହି ଅଞ୍ଚଳକୁ ଏବେ ବିଚ୍ଛିନ୍ନତାବାଦୀ କବ୍‌ଜା କରିଥିବା ନେଇ କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.