Below header

ଦିବଂଗତ ପୁଅ ପାଇଁ ମା’ର ମହାନତା: ଶ୍ରାଦ୍ଧବାର୍ଷିକୀରେ ନିଜ ଅଙ୍ଗ ସହ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରିଦେଲା ମା

ସୋର(କେନ୍ୟୁଜ୍): ଏତେ ସମ୍ପତ୍ତି ବାଡି ରଖିବି କାହା ପାଇଁ।  ଯାହା ପାଇଁ ଏ ସମ୍ପତ୍ତି ବାଡି ସେ ତ ରହିଲା ନାହିଁ । ଆଉ ଏତେ ସମ୍ପତ୍ତି ରଖିବି ମୁଁ କାହା ପାଇଁ ।  ପୁଅ ଥିଲା ସମାଜସେବୀ ଦୁଃଖୀ ରଙ୍କିଙ୍କ ସେବାରେ  କଟୁଥିଲା ତା ଜୀବନ । ସେଇଥିରେ ସିଏ ଆନନ୍ଦ ପାଉଥିଲା ସବୁ ବେଳେ ଦୁଃଖୀ ରଙ୍କିଙ୍କୁ ସାହାଯ୍ୟ କରିବା ପାଇଁ ମାକୁ ବୁଝାଉଥିଲା । ତେଣୁ ପୁଅର ମୃତ୍ୟୁ ପରେ ଏତେ ସମ୍ପତ୍ତି ବାଡି  ରଖିବି ବା କାହା ପାଇଁ ? ତେଣୁର ପୁଅର ଶେଷ ଇଛାକୁ ରଖି ଶ୍ରାଦ୍ଧବାର୍ଷିକରେ ଅଙ୍ଗ ଦାନ କଲି।

ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍  ଅନନ୍ତପୁ୍ର ପଞ୍ଚାୟତର ଅଇଁରି ଅଞ୍ଚଳର ଦିପ୍ତିକାନ୍ତ ପାଢୀ ଜଣେ ସମାଜସେବୀ ୨୦୨୦ ମସିହା ଫେବ୍ରୁଆରି ୧୮ ତାରିଖରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୩୦ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ଦୁଃଖୀନୀ ମା’ ସୁଷମା।

ମା ସୁଷମା ପାଢୀ ପୁଅ ଗର୍ଭରେ ଥିବା ସମୟରେ ସ୍ବାମୀ ଘରୁ ତଡି ଦେବା ପରେ ନିଜ ଭାଇ ପାଖରେ ରହିଥିଲେ। ଭାଇଙ୍କ ଘରେ ହିଁ  ପୁଅକୁ ଜନ୍ମ ଦେବା ସହ ଲାଳନ ପାଳନ କରି ପାଠ ସାଠ ପଢାଇ ଭଲ ମଣିଷ କରାଇଥିଲେ । ଆଉ ମାମୁଁ ମଧ୍ୟ ଭଣଜାକୁ ନିଜ ସମ୍ପତ୍ତି ଦେଇ ତା’ର ପାଠ ପଢା ସହ ସବୁ ହସ ଖୁସିରେ ନିଜକୁ ସାମିଲ କରି ନିଜେ ମଧ୍ୟ ଖୁସି ହେଉଥିଲା।

 ବହୁ ଦୁଖ କଷ୍ଟ ସହି ଗର୍ଭ ଯନ୍ତ୍ରଣା ସହି ପୁଅକୁ ଜନ୍ମ କରି ତା’ର ଲାଳନ ପାଳନ କରି ବଡ କରିଥିଲା ମା । ଆଶା କରିଥିଲା ପୁଅ ବାହା ହେଇ ବୋହୂ ଆଣିବ ଓ ଘର ସଂସାର କରି ନାତି ନାତୁଣିଙ୍କ ସହ ହସି ଖେଳି ନିଜ ଅନ୍ତିମ ସମୟ କଟାଇବ। ହେଲେ ବିଧିର ବିଧାନ ଥିଲା ଅଲଗା । ମା କୋଳରୁ ଛଡାଇ ନେଲା ପୁଅର ଜୀବନ।

ଏକ ମାତ୍ର ପୁଅକୁ ହରାଇ ଦୁଖରେ ଭାଙ୍ଗି ପଡିଥିଲେ ମା।  ହେଲେ ପୁଅ ସବୁ ବେଳେ କହୁଥିବା ଗୋଟିଏ କଥା ସବୁ ବେଳେ ମାକୁ ବ୍ୟଥିତ କରୁଥିଲା । ମା’ ତୋ ଶରୀର ଦାନ କରି ଦେ.. ଆଉ ଏଇଠି ଗୋଟିଏ ବୃଦ୍ଧାଶ୍ରମ କର.. । ପୁଅର ଶେଷ ଇଛାକୁ ସମ୍ମାନ ଜଣାଇ ପୁଅର ଦ୍ବତୀୟ ଶ୍ରାଦ୍ଧବାର୍ଷିକୀରେ ନିଜ ଶରୀର ଦାନ କରିବା ସହ ପୁଅ ନାଁରେ ଦିପ୍ତି ବନ୍ଧୁ ସ୍ବେଚ୍ଛାସେବୀ ସଙ୍ଗଠନ ଗଢିଛନ୍ତି । ଏହା ସହ  ଏକ ବୃଦ୍ଧାଶ୍ରମ କରିବାକୁ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରି ଏକ ଉଦାହରଣ ସୃଷ୍ଟି  କରିଛନ୍ତି ଦୁଖିନି ମା ସୁଷମା ପାଢୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.