Below header

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନ୍‌ସ୍କି କରୋନା ପଜିଟିଭ୍‌

ୟୁକ୍ରେନ୍‌ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନ୍‌ସ୍କି କରୋନା ପଜିଟିଭ୍‌ । ଗତକାଲି ସେ କରୋନା ପରୀକ୍ଷା କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଏବେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । କ୍ୱାରେଣ୍ଟାଇନ୍‌ରେ ରହି ନିଜର ସବୁ କାମ କରିବେ ବୋଲି କହିଛନ୍ତି ଜେଲେନ୍‌ସ୍କି।

ଗତ ଜୁନ୍‌ ମାସରେ ଭୋଲ୍‌ଡିମିର ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କି କରୋନା ସଂକ୍ରମିତ ହୋଇଥିଲେ । ଡାକ୍ତର ଭର୍ତ୍ତି ହେବା ପରେ ସେ ସୁସ୍ଥ ହୋଇଛନ୍ତି । ୟୁକ୍ରେନ୍‌ରେ ଗତ କିଛି ଦିନରେ ୮ ହଜାର ୮୬୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ଜେଲେନ୍‌ସ୍କି ୨୦୧୯ରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଜଣେ ଅଭିନେତା ତଥା ହାସ୍ୟ ଅଭିନେତା ଭାବେ ବେଶ ଜଣାଶୁଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.