ଭିନ୍ନ ତରିକାରେ ଆନ୍ଦୋଳନ : ପ୍ରଶାସକଙ୍କୁ ହଟାଇବା ଦାବିରେ ପାଣି ଭିତରେ ୧୨ ଘଣ୍ଟା ଅନଶନ

ନୂଆଦିଲ୍ଲୀ :  ବେଳେ ବେଳେ ଦାବି ପୂରଣ ପାଇଁ ଲୋକେ ଭିନ୍ନ ତରିକାରେ ଆନ୍ଦୋଳନ କରିଥାନ୍ତି । ନିକଟରେ ଲକ୍ଷଦୀପର ଲୋକେ ଜଣେ ପ୍ରଶାସକଙ୍କୁ ହଟାଇବା ପାଇଁ ଆନ୍ଦୋଳନର ଏମିତି କିଛି ତରିକା ଆପଣେଇଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଲକ୍ଷଦୀପର ସ୍ଥାନୀୟ ଲୋକେ ପ୍ରଶାସକ ପ୍ରଫୁଲ ପଟେଲଙ୍କୁ ହଟାଇବା ପାଇଁ ଆନ୍ଦୋଳନ ଜୋର କରିଦେଇଛନ୍ତି । ସ୍ଥାନୀୟ ଲୋକେ ପ୍ରଫୁଲ ପଟେଲଙ୍କୁ ହଟାଇବା ପାଇଁ ପାଣି ଭିତରେ ୧୨ ଘଣ୍ଟା ରହି ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି ।

ଲକ୍ଷଦୀପ ଓ କେରଳ ଲୋକେ ଅଭିଯୋଗ ଆଣିଛନ୍ତି ଯେ ମୁସଲିମ ବହୁଳ ଦ୍ୱୀପରେ ଶ୍ରୀ ପଟେଲ ମଦ ବ୍ୟବହାର ଉପରୁ ପ୍ରତିବନ୍ଧ ହଟାଇବା ସହ ବିଫ୍‌ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାଛଡ଼ା ଉପକୂଳ ଅଞ୍ଚଳରେ ଘର କରି ରହିଥିବା ମତ୍ସ୍ୟଜୀବୀଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ଉପକୂଳ ରକ୍ଷା କରିବା ଅଧିନିୟମକୁ ଶ୍ରୀ ପଟେଲ ଉଲଂଘନ କରିଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ବିଜେପି, ଶ୍ରୀ ପଟେଲଙ୍କୁ ସୁରକ୍ଷା ଦେବା ସହ ଭ୍ରଷ୍ଟ ପ୍ରଥାକୁ ଶେଷ କରିବା ପାଇଁ ଶ୍ରୀ ପଟେଲ ଠିକ୍‌ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛି ।
ଏହାକୁ ବିରୋଧ କରି ବିରୋଧୀ ଦଳ ଦୋକାନ ବଜାର ବନ୍ଦ କରିବା ସହ ପ୍ରଶାସକ ରାଜ ଶେଷ କରିବା ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.