ଅଭ୍ୟାସ ମ୍ୟାଚ ବେଳେ ବଲ ବାଜି ଫାଟିଗଲା ଏହି କ୍ରିକେଟରଙ୍କ ଓଠ, ପଡ଼ିଲା ୭ଟି ଷ୍ଟିଚ, ଏବେ ସାମ୍ନାକୁ ଆସିଲା ଯନ୍ତ୍ରଣାଦାୟକ ଭିଡିଓ

ପାକିସ୍ତାନ ସୁପର ଲିଗ ୨୦୨୧ର ବାକି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଗତ ସୋମବାର ଲାହୋର କଲନ୍ଦର୍ସ ଟିମକୁ ବଡ଼ ଝାଟକା ଲାଗିଥିଲା। ଏହି ଫ୍ରାଞ୍ଚାଇଜର ଖେଳାଳି ଦୁର୍ଘଟଣାର ଶିକାର ହୋଇଥିଲେ। ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି।

ଆବୁ ଧାବିରେ ଅଭ୍ୟାସ ସମୟରେ ଲାହୋର କଲନ୍ଦର୍ସର ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ ବେନ ଡଙ୍କଙ୍କ ଓଠରେ ଜୋରରେ ବଲ ବାଜିଥିଲା, ଯାହାଫଳରେ କି, ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହି ଘଟଣା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ସେଠାରେ ତାଙ୍କ ଓଠର ସର୍ଜରୀ କରାଯାଇଥିଲା ଏବଂ ୭ଟି ଷ୍ଟିଚ ଲଗାଯାଇଛି।

ଅଷ୍ଟ୍ରେଲିୟାନ କ୍ରିକେଟର ବେନ ଡଙ୍କ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରି କହିଛନ୍ତି କି, ‘ମୋ ଓଠ ଠିକ କରିବା ଏବଂ ମୋ ମଡେଲିଙ୍ଗ ସ୍ବପ୍ନକୁ ବଜାୟ ରଖିବା ପାଇଁ ବୁର୍ଜିଲ ହସ୍ପିଟାଲର ନର୍ସ ଓ ସର୍ଜନଙ୍କୁ ବହୁତ ବହୁତ ଧନ୍ୟବାଦ’।

ଲାହୋର କଲନ୍ଦର୍ସର ସିଇଓ ସମୀନ ରାଣା ଆଶା ରଖିଛନ୍ତି କି, ୩୪ ବର୍ଷୀୟ ବେନ ଡଙ୍କ ଜଲଦି ଠିକ ହୋଇଯିବେ ଏବଂ ୯ ଜୁନରେ ଇସଲାମାବାଦ ୟୁନାଇଟେଡ ବିପକ୍ଷରେ ମୈଦାନକୁ ଓହ୍ଲାଇବେ।

 

View this post on Instagram

 

A post shared by Ben Dunk (@bendunk)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.