ହରସିମରତ କୈାର୍‌ ବାଦଲ୍‌ କୃଷି ବିଲ୍‌କୁ ବିରୋଧ କରି ମୋଦିଙ୍କ କ୍ୟାବିନେଟ୍‌ରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଶିରୋମଣି ଅକାଳୀ ଦଳ ନେତା ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ୍‌ କୈାର୍‌ ବାଦଲ୍‌ କୃଷି ବିଧେୟକକୁ ବିରୋଧ କରି ଆଜି କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଟ୍ଵିଟ୍‌ରରେ‘ କୃଷକ ବିରୋଧୀ ଅଧ୍ୟାଦେଶ ଓ ବିଲ୍‌କୁ ବିରୋଧ କରି ମୁଁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଲି । କୃଷକର ଝିଅ ଓ ଭଉଣୀ ଭାବରେ ମୁଁ ତାଙ୍କ ସହ ଠିଆ ହୋଇଥିବାରୁ ଗର୍ବ ଅନୁଭବ କରେ ବୋଲି ଲେଖିଛନ୍ତି ।’

 

ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ତାଙ୍କର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ କୃଷି ଉତ୍ପାଦର ମାର୍କେଟିଙ୍ଗ୍‌ ସମ୍ପର୍କରେ ସରକାର କୃଷକଙ୍କ ଆଶଙ୍କାକୁ ଦୂର ନକରି ବିଲ୍‌ ଆଣିଥବାରୁ ଅକାଳୀ ଦଳ ଏଥିରେ ଭାଗ ନେବ ନାହିଁ । ତେଣୁ କେନ୍ଦ୍ରୀୟ ମନ୍ତ୍ରୀ ଭାବେ ମୋର ସେବା ଜାରି ରଖିବା ମୋ ପାଇଁ ଅସମ୍ଭବ ଅଟେ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.