Below header

ରାସ୍ତାରେ ଗଡ଼ୁଛି ଶିଶୁର କଟା ମୁଣ୍ଡ, ଅଭାବନୀୟ ଦୃଶ୍ୟ ଦେଖିବାକୁ ରାସ୍ତାରେ ଭିଡ଼

ଅନୁଗୁଳ(କେନ୍ୟୁଜ୍‌) : ରାସ୍ତାରେ ଗଡ଼ୁଛି କଟା ମୁଣ୍ଡ । କ’ଣ ହୋଇପାରେ କାରଣ । ଚାହୁଁ ଚାହୁଁ ବିଜୁଳି ବେଗରେ ଖବରଟା ମାଡିଗଲା ସହରଟା ସାରା । ଏହି ଅଭାବନୀୟ ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଲାଗିଲା ଭିଡ଼ । କିଏ କହିଲେ ଶିଶୁଟିକୁ କିଏ ହତ୍ୟା କରି ଫିଙ୍ଗି ଦିଆଯାଇଛି ତ କିଏ କହିଲେ ନରବଳି ପରେ କୁକୁର ଶିଆଳ ଏଠାରେ ଆଣି ପକାଇଛନ୍ତି । ଏମତି କେତେ କ’ଣ କାହାଣୀ ଶୁଣିବାକୁ ମିଳିଲା ।

ଏମିତି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଅନୁଗୁଳ କଲେଜ ରାସ୍ତାର ନ୍ୟୁ ଇରା ପବ୍ଲିକ ସ୍କୁଲ୍‌ ନିକଟରେ । ରାସ୍ତା ଉପରେ ଶିଶୁର କଟା ମୁଣ୍ଡ ପଡ଼ିଥିବା ଦେଖି ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ହେଲେ ପ୍ରକୃତ ଘଟଣାର କାରଣ କ’ଣ ଜଣାପଡ଼ି ନାହିଁ ।

ଏ ସଂପର୍କରେ ଅନୁଗୁଳ ଟାଉନ୍ ଥାନାକୁ ଖବର ଦିଆଯିବା ପରେ ଅନୁଗୁଳ ଟାଉନ୍ ଥାନା ପୁଲିସ୍ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶିଶୁର କଟା ମୁଣ୍ଡକୁ ଜବତ କରିଛିପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ଦିଗ ଜଣାପଡିବ ବୋଲି କୁହାଯାଉଛି । ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ଦିଗ ଜଣାପଡିବ ବୋଲି ଆଶା କରାଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.